ଖୋଲିଲା ଫରେଷ୍ଟ ପାର୍କ: ସକାଳ ୬ଟାରୁ ୧୦ ଓ ଅପରାହ୍ନ ୪ରୁ ୬ ଯାଏଁ ପ୍ରବେଶ ପାଇଁ ଅନୁମତି; ଭିଡ ଓ ଅନ୍ୟ ସମସ୍ୟା ଦେଖିବା ପରେ ବାକି ପାର୍କ ଖୋଲିବା ନେଇ ହେବ ନିଷ୍ପତି Kanak News

କନକ ବ୍ୟୁରୋ: ୬୪ ଦିନ ପରେ ଭୁବନେଶ୍ୱରରେ ପରୀକ୍ଷାମୂଳକ ଭାବେ ଖୋଲିଛି ବିଜୁ ପଟ୍ଟନାୟକ ପାର୍କ । ସକାଳ ୭ ଟାରୁ ଦିନ ୧୦ଟା ଓ ଅପରାହ୍ନ ୪ ଟାରୁ ୬ଟା ଯାଏଁ ଏହି ପାର୍କ ଖୋଲିବ । ପାର୍କ ଭିତରେ ସାମାଜିକ ଦୂରତା ରକ୍ଷା ବାଧ୍ୟତାମୂଳକ ହେବ । ଏବେ ରାଜଧାନୀରେ କେବଳ ଏହି ପାର୍କକୁ ଖୋଲିବାକୁ ବିଡିଏ ନିଷ୍ପତି ନେଇଛି । ପାର୍କରେ କିଭଳି ଭିଡ ହେଉଛି, କିଛି ସମସ୍ୟା ହେଉଛି କି , ଏହା ଦେଖିବା ପରେ ଅନ୍ୟ ପାର୍କ ଖୋଲିବା ନେଇ ନିଷ୍ପତି ନିଆଯିବ ।

ଦୂରତା ରଖିବା ଏବଂ ଅଧିକ ଲୋକ ଯେପରି ଗୋଟିଏ ସ୍ଥାନରେ ରୁଣ୍ଡ ନହେବେ, ସେଥିପାଇଁ କେନ୍ଦ୍ର ସରକାର ସମସ୍ତ ପାର୍କକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ବିଡିଏ କର୍ତ୍ତୃପକ୍ଷ ପରୀକ୍ଷାମୂଳକ ଭାବେ ରବିବାରଠାରୁ ୟୁନିଟ୍‌-୬ସ୍ଥିତ ବିଜୁ ପଟ୍ଟନାୟକ ପାର୍କ ତଥା ଫରେଷ୍ଟ ପାର୍କ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁଯାୟୀ, ଏବେ କେବଳ ଫରେଷ୍ଟ ପାର୍କକୁ ପରୀକ୍ଷାମୂଳକ ଭାବେ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଏହା ସକାଳେ ୬ଟାରୁ ୧୦ଟା ଏବଂ ଅପରାହ୍‌ଣରେ ୪ଟାରୁ ୬ଟା ପର୍ଯ୍ୟନ୍ତ ଖୋଲିବ। ପାର୍କରେ କିପରି ଭିଡ଼ ହେଉଛି, ପାର୍କ ଖୋଲିବା ଦ୍ବାରା କିଛି ସମସ୍ୟା ହେଉଛି କି ନାହିଁ, ତାହା ଦେଖିବା ପରେ ଆମେ ବାକି ପାର୍କ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ।



from Kanak News https://ift.tt/3cYKIFT https://ift.tt/3bXDvok
ଖୋଲିଲା ଫରେଷ୍ଟ ପାର୍କ: ସକାଳ ୬ଟାରୁ ୧୦ ଓ ଅପରାହ୍ନ ୪ରୁ ୬ ଯାଏଁ ପ୍ରବେଶ ପାଇଁ ଅନୁମତି; ଭିଡ ଓ ଅନ୍ୟ ସମସ୍ୟା ଦେଖିବା ପରେ ବାକି ପାର୍କ ଖୋଲିବା ନେଇ ହେବ ନିଷ୍ପତି Kanak News ଖୋଲିଲା ଫରେଷ୍ଟ ପାର୍କ: ସକାଳ ୬ଟାରୁ ୧୦ ଓ ଅପରାହ୍ନ ୪ରୁ ୬ ଯାଏଁ ପ୍ରବେଶ ପାଇଁ ଅନୁମତି; ଭିଡ ଓ ଅନ୍ୟ ସମସ୍ୟା ଦେଖିବା ପରେ ବାକି ପାର୍କ ଖୋଲିବା ନେଇ ହେବ ନିଷ୍ପତି Kanak News Reviewed by SUBHENDU BARAL on May 23, 2020 Rating: 5

No comments:

Powered by Blogger.