ପ୍ରବାସୀ ଶ୍ରମିକ ଟ୍ରେନରେ ଯୁବତୀ ମୃତ । ଶ୍ରମିକ ସ୍ପେଶାଲ ଏକ୍ସପ୍ରେସରେ ଜଣେ ୧୮ ବର୍ଷୀୟ ଯୁବତୀଙ୍କ ମୃତ୍ୟୁ ନେଇ ରେଳବାଇ ପକ୍ଷରୁ ସୂଚନା Kanak News

କନକ ବ୍ୟୁରୋ: ଶ୍ରମିକ ସ୍ପେଶାଲ ଏକ୍ସପ୍ରେସରେ ୧୮ ବର୍ଷ ଯୁବତୀର ମୃତ୍ୟୁ । ବିଶାଖାପାଟଣା-ବଲାଙ୍ଗୀର ଶ୍ରମିକ ସ୍ପେଶାଲ ଟ୍ରେନରେ ଏଭଳି ଦୁଃଖଦ ଘଟଣା ଘଟିଛି । ଯୁବତୀ ଜଣକ କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକର ରାଧା ଖରା ବୋଲି ଜଣାପଡିଛି । ଟ୍ରେନର ଏସ-୧୦ ବଗିରେ ସେ ଘରକୁ ଫେରୁଥିଲେ । ଏଡିଏମଓ ଘଟଣାସ୍ଥଳରେ ପଂହଚିବା ପରେ ଯୁବତୀଙ୍କୁ ମୃତ ବୋଲି ଘୋଷଣା କରାଯାଇଥିଲା । ତେବେ ତାଙ୍କର ଶବ ବ୍ୟବଛେଦ କରାଯିବ । କୋଭିଡ୍ ୧୯ ଭୂତାଣୁ ପରୀକ୍ଷଣ ମଧ୍ୟ କରାଯିବ ବୋଲି ଜଣାପଡିଛି । ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ତାଙ୍କର ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କୁହାଯାଇଛି ।

ସୂଚନା ଅନୁଯାୟୀ, ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରୁ ଆସୁଥିବା ଶ୍ରମିକ ଟ୍ରେନ୍ ବଲାଙ୍ଗୀର ଷ୍ଟେସନରେ ପହଞ୍ଚିବା ପରେ ଟ୍ରେନ୍‌ରୁ ଜଣେ ମହିଳାଙ୍କ ଶବ ଉଦ୍ଧାର କରାଯାଇଛି। ବଲାଙ୍ଗୀର ରେଳ ଷ୍ଟେସନର ଡାଏରୀ ଏଣ୍ଟ୍ରି କରାଯାଇଥିବା ଜଣାଯାଇଛି। ଏନେଇ ଜିଆରପି ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରେଯାଇଛି। ଛାତି ଯନ୍ତ୍ରଣାରୁ ଟ୍ରେନରେ ମହିଳାଙ୍କ ମୃତ୍ୟୁ ହୋଇଥିବା ସଂପର୍କୀୟଙ୍କ ସୂଚନା, ମୃତ ମହିଳାଙ୍କ ନାମ ରାଧା ଖରା ଓ ତାଙ୍କର ଘର କୋରାପୁଟ ବୈପାରୀଗୁଡ଼ା ଅନ୍ତର୍ଗତ ରୁଂଜି ଗ୍ରାମରେ ବୋଲି କୁହାଯାଇଛି। ତାଙ୍କର ବୟସ ୧୮ ବର୍ଷ ବୋଲି ଜଣାଯାଇଛି। ଆଜି ସକାଳ ୬ଟା ୨୫ ମିନିଟ୍ ସମୟରେ ବଲାଙ୍ଗୀର ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ରାଧା ଖରାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ବଲାଙ୍ଗୀର ରେଳ ଷ୍ଟେସନରେ ଓହ୍ଲାଇ ନିଜ ଗାଁକୁ ଯାଇଥାନ୍ତେ ବୋଲି କୁହାଯାଉଛି।

ସେପଟେ, ଆଜି ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଓଡିଶାକୁ ଆସିବ ୨୧ଟି ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ । ଏହି ଟ୍ରେନଗୁଡିକରେ ପ୍ରାୟ ୨୫ ହଜାର ପ୍ରବାସୀ ରାଜ୍ୟକୁ ଆସିବା ସମ୍ଭାବନା ରହିଛି ।

• ଆଜି ତାମିଲନାଡୁର କୋଏମ୍ବାଟୁରରୁ ୨ଟି ସ୍ୱତନ୍ତ୍ର ଟ୍ରେନ୍ ଆସିବ ।

• ଏଥିରୁ ଗୋଟିଏ ଟ୍ରେନ୍ ବଲାଙ୍ଗୀର ଯିବାକୁ ଥିବାବେଳେ ଅନ୍ୟଟି ଭଦ୍ରକ ଷ୍ଟେସନରେ ଅଟକିବ ।

• ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରୁ ୫ଟି ଟ୍ରେନ୍ ଆସିବ ।

• ଏଗୁଡିକ କଟକ, ବାଲେଶ୍ୱର, ଖୋର୍ଦ୍ଧା ରୋଡ, ଭଦ୍ରକ ଓ ନୂଆପଡା ରୋଡରେ ପହଁଚିବ ।

• ତେଲେଙ୍ଗାନାର କାଜିପେଟଠାରୁ ଓଡିଶାକୁ ୩ଟି ଟ୍ରେନ୍ ଆସିବ ।

• ଏଗୁଡିକ ବଲାଙ୍ଗୀର, ଅନୁଗୁଳ, ନୂଆପଡା ରୋଡରେ ଅଟକିବ ।

• ମେହବୁବନଗରରୁ ଆସୁଥିବା ଟ୍ରେନ୍ ନୂଆପଡା ରୋଡରେ ଅଟକିବ ।

• ବେଙ୍ଗାଲୁରରୁ ଗୋଟିଏ ଟ୍ରେନ୍ ଭୁବନେଶ୍ୱର ଆସିବ ।

• ସୁରତରୁ ଗଞ୍ଜାମ ଜିଲ୍ଲାର ଜଗନ୍ନାଥପୁର, ପୁନେରୁ ବାଲେଶ୍ୱର, ମହାରାଷ୍ଟ୍ରର ଭସାଇରୋଡରୁ ଖୋର୍ଦ୍ଧାରୋଡ,

• ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ବଲାଙ୍ଗୀର, ମହାରାଷ୍ଟ୍ରର ବୋରିଭଲିରୁ ଗଞ୍ଜାମ, ଗୁଜୁରାଟର ଗାନ୍ଧିଧାମରୁ କଟକ ଜିଲ୍ଳାର ନିର୍ଗୁଣ୍ଡି, ଗୋଆର କର୍ମାଲିରୁ ଭବାନୀପାଟଣା ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଆସିବାର ଅଛି ।



from Kanak News https://ift.tt/2TvHVfF https://ift.tt/2OQjjv1
ପ୍ରବାସୀ ଶ୍ରମିକ ଟ୍ରେନରେ ଯୁବତୀ ମୃତ । ଶ୍ରମିକ ସ୍ପେଶାଲ ଏକ୍ସପ୍ରେସରେ ଜଣେ ୧୮ ବର୍ଷୀୟ ଯୁବତୀଙ୍କ ମୃତ୍ୟୁ ନେଇ ରେଳବାଇ ପକ୍ଷରୁ ସୂଚନା Kanak News ପ୍ରବାସୀ ଶ୍ରମିକ ଟ୍ରେନରେ ଯୁବତୀ ମୃତ । ଶ୍ରମିକ ସ୍ପେଶାଲ ଏକ୍ସପ୍ରେସରେ ଜଣେ ୧୮ ବର୍ଷୀୟ ଯୁବତୀଙ୍କ ମୃତ୍ୟୁ ନେଇ ରେଳବାଇ ପକ୍ଷରୁ ସୂଚନା Kanak News Reviewed by SUBHENDU BARAL on May 23, 2020 Rating: 5

No comments:

Powered by Blogger.