ଅଭିନେତା କିରଣ କୁମାରଙ୍କୁ କରୋନା Rajalaxmi Sahoo

ମୁମ୍ବାଇ: ବଲିଉଡ୍‌ ଅଭିନେତା କିରଣ କୁମାର ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି।

ମିଳିଥିବା ସୂଚନା ଅନୁସାରେ, କରୋନା ପଜିଟିଭ୍‌ ରିପୋର୍ଟ ଆସିବା ପରେ ମଧ୍ୟ ସେ ହସ୍ପିଟାଲରେ ଭର୍ତ୍ତି ହୋଇ ନାହାନ୍ତି। ସେଲ୍ଫ୍‌ କ୍ୱାରେଣ୍ଟିନ୍‌ରେ ରହିଥିବା ଜଣାପଡ଼ିଛି। କିଛି ହେଲ୍‌ଥ୍‌ ଚେକ୍‌ ଅପ୍‌ ପାଇଁ ସେ ହସ୍ପିଟାଲ୍‌ ଯାଇଥିଲେ ଓ କୋଭିଡ୍‌-୧୯ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ। ସାମ୍ପଲ୍‌ ଟେଷ୍ଟ୍‌ ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା।

ଶରୀରରେ କୌଣସି କରୋନା ଲକ୍ଷଣ ଦେଖାଯାଉନଥିଲା ବୋଲି ସେ କହିଛନ୍ତି। ଏବେ ସେ ସୁସ୍ଥ ଅଛନ୍ତି ଓ ବର୍ତ୍ତମାନ ମଧ୍ୟ ତାଙ୍କଠାରେ କୌଣସି କରୋନା ଲକ୍ଷଣ ଦେଖାଯାଉ ନାହିଁ ବୋଲି କିରଣ କହିଛନ୍ତି। ତେଣୁ ଆସନ୍ତାକାଲି ଆଉଥରେ ସେ ନମୁନା ପରୀକ୍ଷା କରିବେ ବୋଲି ଜଣାପଡ଼ିଛି।

ହିନ୍ଦୀ ଫିଲ୍ମ ‘ତେଜାବ୍’, ‘ଖୁଦା ଗୱାହ୍‌’, ‘ଧଡ଼କନ୍’, ‘ପ୍ୟାର୍‌ କିୟା ତୋ ଡର୍‌ନା କ୍ୟା’, ‘ମୁଝ୍‌ସେ ଦୋସ୍ତି କରୋଗେ’ ଓ ଅନେକ ଟିଭି ସିରିୟଲ୍‌ରେ ଅଭିନୟ କରିଛନ୍ତି ଅଭିନେତା କିରଣ।



from OTV Khabar. https://ift.tt/2XmC4e1
ଅଭିନେତା କିରଣ କୁମାରଙ୍କୁ କରୋନା Rajalaxmi Sahoo ଅଭିନେତା କିରଣ କୁମାରଙ୍କୁ କରୋନା Rajalaxmi Sahoo Reviewed by SUBHENDU BARAL on May 23, 2020 Rating: 5

No comments:

Powered by Blogger.