ଆଜିଠୁ ଟ୍ୱିନ୍ସିଟିରେ ଅନଲାଇନ୍ରେ ମଦ ବିକ୍ରି : ବିଦେଶୀ ମଦ ବ୍ୟବସାୟୀ ସଂଘର ଆଲୋଚନା ପରେ ନିଷ୍ପତ୍ତି , ଦୋକାନ ଆଗରେ ମୁତୟନ ରହିବେ ପୋଲିସ
ଭୁବନେଶ୍ୱର ୨୫।୦୫: ଆଜିଠୁ ଅନ୍ ଲାଇନ୍ ମଦ ବିକ୍ରି ହେବ। କଟକ ଓ ଭୁବନେଶ୍ବରରେ ଅନ୍ ଲାଇନ ମଦ ବିକ୍ରି କରିବାକୁ ରାଜି ହୋଇଛନ୍ତି ମଦ ବ୍ୟବସାୟୀମାନେ। ଗତକାଲି ବିଦେଶୀ ମଦ ବ୍ୟବସାୟୀ ସଂଘର ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ମଦ ଦୋକାନ ଆଗରେ ମୁତୟନ ରହିବେ ପୋଲିସ । ତେବେ କେମିତି ଆପଣ ଅନଲାଇନରେ ମଦ ଅର୍ଡର କରିବେ। ଏନେଇ ନିର୍ଦ୍ଦିଷ୍ଟ ଭାବେ ଗାଇଡଲାଇନ ତିଆରି କରାଯାଇଛି।
ଅନଲାଇନରେ ମଦ କିଣିବାକୁ ହେଲେ ଆପଣଙ୍କୁ ଆଜି ସକାଳ ୭ଟାରୁ ଅପରାହଣ ୧ଟା ପର୍ଯ୍ୟନ୍ତ ଅର୍ଡର ଦେବାକୁ ହେବ । ହ୍ବାଟସ୍ ଆପ୍, ମୋବାଇଲ କଲ୍ ମାଧ୍ୟମରେ ଅର୍ଡର ଦେବେ ଗ୍ରାହକ । ଆଜି ଭୁବନେଶ୍ବରର ୟୁନିଟ୍ ଥ୍ରି ଟ୍ରାଫିକ ଛକ ନିକଟରେ ସହର ମଦ ଦୋକାନ ଗୁଡ଼ିକର ହ୍ବାଟସ ଆପ୍ ନମ୍ବର ଡିସ୍ ପ୍ଲେ କରାଯିବ । ଜଣେ ଗ୍ରାହକ ଏହି ହ୍ବାଟସ ଆପ ନମ୍ବର ଜରିଆରେ ମଦ ପାଇଁ ଅର୍ଡର ଦେଇପାରିବେ। ଏହା ପରେ ସଂପୃକ୍ତ ଦୋକାନର ସେଲ୍ ସମ୍ୟାନ ଗ୍ରାହକଙ୍କ ନିକଟରେ ହୋମ୍ ଡେଲିଭରି କରିବେ ଏବଂ ସେହିଠାରୁ ତାଙ୍କର ଟଙ୍କା ଗ୍ରହଣ କରିବେ।
ତେବେ ମଦ ପାଇଁ ଆପଣଙ୍କୁ ୫୦ ପ୍ରତିଶତ କୋଭିଡ ଟ୍ୟାକ୍ସ ଲାଗିଥିବା ବେଳେ ଡେଲିଭରି ଚାର୍ଜ ମଧ୍ୟ ଦେବାକୁ ପଡ଼ିବ। ଯଦିଓ ମଦର ଅନଲାଇନ ବିକ୍ରି ପାଇଁ ରାଜ୍ୟ ସରକାର ଶନିବାର ବିଜ୍ଞପ୍ତି ପ୍ରକାଶ କରିଥିଲେ କିନ୍ତୁ ମଦ ରବିବାର ଅନଲାଇନ ବିକ୍ରି ହୋଇପାରିନଥିଲା। କାରଣ ମଦ ଦୋକାନୀ ମାନେ ଦାବି କରିଥିଲେ ଯେ ସେମାନଙ୍କୁ ଅଫଲାଇନ ବିକ୍ରି ପାଇଁ ମଧ୍ୟ ଅନୁମତି ଦିଆଯାଉ। ଏଥିସହିତ ମଦ ଦୋକାନରେ ସୁରକ୍ଷା ବ୍ୟବସ୍ଥା କରିବାକୁ ଦାବି କରିଥିଲେ। ଯାହାକୁ ନେଇ ମଦ ବ୍ୟବସାୟୀ ସଂଘର ସଦସ୍ୟଙ୍କ ଘନଘନ ବୈଠକ ବସିଥିଲା। ତେବେ ଅନଲାଇନ ମଦ ବିକ୍ରି କରିବାକୁ ଉଭୟ କଟକ ଏବଂ ଭୁବନେଶ୍ବରର ମଦ ବ୍ୟବସାୟୀ ସଂଘ ରାଜି ହୋଇଥିଲେ ।
from Prameya News7 https://ift.tt/2B1JBYh
No comments: