ଦେଶର ପୁଣି ଉଡିଲା ଘରୋଇ ବିମାନ : ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗକୁ ଏବେ ନାହିଁ , ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ୧୨ଟି ଗାଇଡଲାଇନ ଜାରି
ଭୁବନେଶ୍ୱର ୨୫।୦୫: ଆଜି ଠାରୁ ଦେଶର ବିଭିନ୍ନ ସହରକୁ ଆରମ୍ଭ ହେଲା ଘରୋଇ ବିମାନ ସେବା। ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗକୁ କୌଣସି ଘରୋଇ ବିମାନ ଚଳାଚଳ କରିବ ନାହିଁ। ସେପଟେ ମୁମ୍ବାଇ, ଦିଲ୍ଲୀ ,ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦକୁ କମ୍ ସଂଖ୍ୟାରେ ଘରୋଇ ବିମାନ ଚଳାଚଳ କରିବ । ମୁମ୍ବାଇ ଏୟାରପୋର୍ଟରୁ ପ୍ରଥମ ବିମାନ ସକାଳ ୬ଟା ୪୫ରେ ବିହାର ପାଟଣାକୁ ଉଡାଣ ଭରିଛି । ସେହିପରି ଦିଲ୍ଲୀରୁ ମଧ୍ୟ ବିମାନ ଉଡିବା ଆରମ୍ଭ ହୋଇଛି । ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ କହିଛନ୍ତି ଯେ ଆଜି ଠାରୁ ମୁମ୍ବାଇରୁ ଅନୁମୋଦିତ ଏବଂ କାର୍ଯ୍ୟସୂଚୀ ଅନୁଯାୟୀ ମୁମ୍ବାଇ ଏବଂ ରାଜ୍ୟର ଅନ୍ୟ ବିମାନବନ୍ଦରରୁ ସୀମିତ ବିମାନ ଚଳାଚଳ କରିବ।
ତାମିଲନାଡୁରେ ଚେନ୍ନାଇକୁ ସର୍ବାଧିକ ୨୫ ଟି ବିମାନ ଉଡ଼ାଣ ହେବ। କିନ୍ତୁ କୌଣସି ପ୍ରସ୍ଥାନ ସୀମା ସ୍ଥିର କରାଯାଇ ନାହିଁ। ତାମିଲନାଡୁର ଅନ୍ୟ ବିମାନବନ୍ଦର ମଧ୍ୟ ଦେଶର ଅନ୍ୟାନ୍ୟ ସ୍ଥାନ ପରି ଚାଲିବ। ଆନ୍ଧ୍ରପ୍ରଦେଶକୁ ମେ ୨୬ରେ, ପଶ୍ଚିମବଙ୍ଗକୁ ୨୮ରେ ବିମାନ ସେବା ଆରମ୍ଭ ହେବ। ଏହି ବିମାନ ସେବା ସମୟରେ ସମସ୍ତ ପ୍ରକାର ନିୟମ ମାନିବାକୁ ପଡିବ । ସାମାଜିକ ଦୂରତା ଓ ମାସ୍କ ଏବଂ ଥର୍ମାଲ ସ୍କାନିଂ ଆଦି କରାଯିବ । ସେହିପରି ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନ ବନ୍ଦରରୁ ମଧ୍ୟ ଆଜି ଠାରୁ ବିମାନ ଚଳାଚଳ ଆରମ୍ଭ ହେବ । ଭୁବନେଶ୍ୱରରୁ ୧୦ଟି ବିମାନ ହାଇଦ୍ରାବାଦ, ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ଝାରସୁଗୁଡ଼ା, ବେଙ୍ଗାଲୁରୁ ଓ କୋଲକାତାକୁ ଯିବ । ସେହିପରି ଏହି ୧୦ଟି ସ୍ଥାନରୁ ଆସିବାକୁ ଥିବା ବିମାନ ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିବ ।
Delhi: Passengers screened using a thermometer gun before boarding Vistara – Delhi to Bhubaneswar (Odisha) flight, scheduled to depart from IGI Airport, Terminal-3 at 6:50 am today. pic.twitter.com/WcAe44VBi8
— ANI (@ANI) May 25, 2020
ସେପଟେ ଆଜିଠାରୁ ବିମାନ ଚଳାଚଳ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ୧୨ଟି ଗାଇଡଲାଇନ ଜାରି କରିଛି। ଏଥିରେ କୁହଯାଉଛି ବାହାର ଦେଶରୁ ଇଣ୍ଟରନ୍ୟାସନାଲ ଫ୍ଲାଇଟରେ ଆସୁଥିବା ଯାତ୍ରୀମାନେ ୧୪ ଦିନ କ୍ବାରାଣ୍ଟାଇନରେ ରହିବା ପାଇଁ ଲିଖିତ ପ୍ରତିଶ୍ରୁତି ଦେବେ। ୭ ଦିନ ପେଡ୍ କ୍ବାରାଣ୍ଟାଇନରେ ରହିବେ ଏବଂ ୭ ଦିନ ଘରେ ସଂଗରୋଧରେ ରହିବେ। ତେବେ ଜରୁରୀ କାରଣ ଥିଲେ ହୋମ୍ କ୍ବାରାଣ୍ଟାଇନରେ ୧୪ ଦିନରେ ରହିବା ଲାଗି ଅନୁମତି ଦିଆଯାଇପାରେ।
ସେହିପରି ଡୋମେଷ୍ଟିକ ବିମାନ ଚଳାଚଳ ପାଇଁ ମଧ୍ୟ ଗାଇଡଲାଇନ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ କେବଳ ଆସିମଟୋମେଟିକ୍ ଥିବା ବ୍ୟକ୍ତି ହିଁ ବିମାନ ଚଢ଼ିବା ପାଇଁ ଅନୁମତି ଦିଆଯିବ। ଏଥିପାଇଁ ବିମାନ ବନ୍ଦରରେ ଥର୍ମାଲ ସ୍କ୍ରିନିଂ କରାଯିବ। ତେବେ ଯେଉଁମାନଙ୍କର କରୋନାର କୌଣସି ବି ଲକ୍ଷଣ ଦେଖାଯିବ ସେମାନଙ୍କୁ ବିମାନ ଚଢ଼ିବା ଲାଗି ଅନୁମତି ଦିଆଯିବ ନାହିଁ ବରଂ ତାଙ୍କୁ ମେଡ଼ିକାଲ ଅନୁଧ୍ୟାନ ପାଇଁ ପଠାଯିବ। ଯାତ୍ରୀଙ୍କୁ ଯାତ୍ରା ଟିକେଟରେ କଣ କରିବେ କଣ ନ କରିବେ ତାହା ଜଣାଇଦିଆଯିବ। ଏଥିସହିତ ଯାଆସ କରୁଥିବା ଯାତ୍ରୀମାନଙ୍କ ଉଦ୍ଦେଶ୍ୟରେ ରାଜ୍ୟ ସରକାରମାନେ ନିଜ ଆଡୁ କଟକଣା ଜାରି କରିପାରିବେ।
from Prameya News7 https://ift.tt/2TzU1V7
No comments: