ନୂଆଦିଲ୍ଲୀ ୨୭।୫: ମେ’ ୨୫ରୁ ସାରା ଦେଶରେ ବିମାନ ସେବା ଆରମ୍ଭ ହୋଇଛି । ଏହି ସମୟରେ ଏକ ଘରୋଇ ବିମାନ ଇଣ୍ଡିଗୋ ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ କରୋନା ପଜିଟିଭ୍ ଥିବା ଜଣାପଡିଛି। ଇଣ୍ଡିଗୋ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି ।
ଇଣ୍ଡିଗୋ ଦ୍ବାରା ଜାରି ଏକ ବିବୃତ୍ତିରେ କୋଏମ୍ବାଟୁର ବିମାନବନ୍ଦରର ଡାକ୍ତର ନିଶ୍ଚିତ କରିଛନ୍ତି ଯେ, ମେ’ ୨୫ ସନ୍ଧ୍ୟାରେ ଚେନ୍ନାଇରୁ କୋଏମ୍ବାଟୁର ଅଭିମୁଖେ ଯାତ୍ରା କରୁଥିବା ଜଣେ ଯାତ୍ରୀ କରୋନା ପଜିଟିଭ୍ ଥିବା ଜଣାପଡିଛି।
କୋଏମ୍ବାଟୁରର ଇଏସଆଇ ଷ୍ଟେଟ୍ ମେଡିକାଲ ସୁବିଧା କେନ୍ଦ୍ରରେ କରୋନା ପଜିଟିଭ୍ ଭ୍ରମଣକାରୀ ବର୍ତ୍ତମାନ କ୍ବାରେଣ୍ଟାଇନରେ ଅଛନ୍ତି । ଯାତ୍ରୀ ଜଣଙ୍କ ଅନ୍ୟ ସମସ୍ତ ଯାତ୍ରୀଙ୍କ ପରି, ମାସ୍କ, ଫେସ୍ ସିଲ୍ଡ ଏବଂ ଗ୍ଲୋଭସ୍ ସହିତ ସମସ୍ତ ସତର୍କତାମୂଳକ ପଦକ୍ଷେପ ସହିତ ବିମାନରେ ବସିଥିଲେ ।
ଏଥିସହ ଇଣ୍ଡିଗୋ କହିଛି ଯେ, ତାଙ୍କ ଆଖପାଖରେ କୌଣସି ଯାତ୍ରୀ ବସି ନାହାଁନ୍ତି । ଯେଉଁ କାରଣରୁ ସଂକ୍ରମଣ ହେବାର ସମ୍ଭାବନା ବହୁତ କମ୍ ଅଟେ । ଇଣ୍ଡିଗୋ କହିଛି, ଆମର ସମସ୍ତ ବିମାନକୁ ନିୟମିତ ଭାବେ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ (SOP) ଅଧୀନରେ ସଫା କରାଯାଏ ଏବଂ ପ୍ରୋଟୋକଲ୍ ଅନୁଯାୟୀ ଅନେକ ବିମାନ ମଧ୍ୟ ତୁରନ୍ତ ଡିସଇନଫେକ୍ଟଟେଡ୍ କରାଯାଇଥିଲା ।
ଇଣ୍ଡିଗୋ କହିଛି ଯେ, ବିମାନର ଅପରେଟିଂ କ୍ରୁଙ୍କୁ ୧୪ ଦିନ ଆଇସୋଲେସନ କରାଯାଇଛି । ଆମର ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ ଆମେ ଅନ୍ୟ ଯାତ୍ରୀମାନଙ୍କୁ ଏହା ବିଷୟରେ ସୂଚନା ଦେବା ପ୍ରକ୍ରିୟାରେ ଅଛୁ। ବିମାନର ପାଇଲଟ୍ ଏବଂ କ୍ୟାବିନ୍ କ୍ରୁଙ୍କୁ କ୍ବାରେଣ୍ଟାଇନ୍ କରାଯାଇଛି ।
from Prameya News7 https://ift.tt/3eluqr1
No comments: