କଟକ SCBରୁ କରୋନା ସନ୍ଦିଗ୍ଧ ଚମ୍ପଟ୍ OTV KHABAR BUREAU

କଟକ: କଟକ SCB ମେଡିକାଲ୍‌ରୁ ଜଣେ କରୋନା ସନ୍ଦିଗ୍ଧ ଚମ୍ପଟ୍‌ ମାରିଥିବା ସୂଚନା ମିଳିଛି। ଚମ୍ପଟ୍ ମାରିଥିବା ବ୍ୟକ୍ତି ଜଣଙ୍କ ଆୟର୍ଲାଣ୍ଡର ନାଗରିକ।

ଗତକାଲି ଭୁବନେଶ୍ୱର ବିମାନବନ୍ଦରରେ ଯାଞ୍ଚ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କରୋନା ସନ୍ଦେହରେ SCB ଅଣାଯାଇଥିଲା। ବ୍ୟକ୍ତି ଜଣଙ୍କ ଶରୀରରେ ତାପମାତ୍ରା ଥିବାରୁ ସନ୍ଦେହ ସୃଷ୍ଟି ହୋଇଥିଲା। ଫଳରେ ତାଙ୍କୁ ଏସ୍‌ସିବିର ସ୍ୱତନ୍ତ୍ର କରୋନା ୱାର୍ଡରେ ଭର୍ତ୍ତି କରାଯାଇଥିଲା। ହେଲେ ଗତକାଲି ରାତିରୁ ଉକ୍ତ ବ୍ୟକ୍ତି ଜଣକ କେଉଁଆଡ଼େ ଚମ୍ପଟ ମାରିଥିବା ନେଇ ବୋଲି ସୂଚନା ମିଳିଛି। ଏନେଇ ମଙ୍ଗଳାବାଗ ଥାନାରେ ମେଡିକାଲ୍‌ କର୍ତ୍ତୃପକ୍ଷ ମୌଖିକ ଅଭିଯୋଗ କରିଛନ୍ତି।

ଏଠାରେ ପ୍ରଶ୍ନ ଉଠୁଛି ସୁରକ୍ଷା ସତ୍ତ୍ୱେ କିଭଳି ଭାବରେ SCBରୁ ଚମ୍ପଟ୍ ମାରିଲେ ବ୍ୟକ୍ତି ଜଣକ ? ଏନେଇ ତନାଘନା ଚାଲିଛି।



from OTV Khabar. https://ift.tt/2TK8eht
କଟକ SCBରୁ କରୋନା ସନ୍ଦିଗ୍ଧ ଚମ୍ପଟ୍ OTV KHABAR BUREAU କଟକ SCBରୁ କରୋନା ସନ୍ଦିଗ୍ଧ ଚମ୍ପଟ୍ OTV KHABAR BUREAU Reviewed by SUBHENDU BARAL on March 05, 2020 Rating: 5

No comments:

Powered by Blogger.