ଆଜି ୧୨ ଘଣ୍ଟିଆ ନୟାଗଡ ବନ୍ଦ : ୬ ବର୍ଷ ଧରି ବନ୍ଦ ପଡିଥିବା ନୟାଗଡ ଚିନିକଳ ଖୋଲିବା ପାଇଁ ବନ୍ଦ ଡାକରା ଦେଇଛି ଚିନିକଳ ବଂଚାଓ କ୍ରିୟାନୁଷ୍ଠାନ କମିଟି, ବନ୍ଦରୁ ବାଡ ପଡିବ ଜରୁରୀକାଳୀନ ସେବା Kanak News

କନକ ବ୍ୟୁରୋ : ବନ୍ଦ ପଡିଥିବା ଚିନିକଳକୁ ଚାଲୁ କରିବା ଦାବିରେ ଆଜି ୧୨ ଘଂଟିଆ ନୟାଗଡ ବନ୍ଦ । ଏହି ବନ୍ଦ ଡାକରା ଦେଇଛି ଚିନିକଳ କ୍ରୀୟାନୁଷ୍ଠାନ କମିଟି । ବନ୍ଦକୁ ଆଖିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ୧୨ ତାରିଖରେ ଚିନିକଳର ସଂପତି ଆକଳନ କରାଯିବ ବୋଲି କୁହାଯାଉଥିବା ବେଳେ ଏହାକୁ ନେଇ ସନ୍ଦେହ ପ୍ରକଟ କରିଛି କ୍ରିୟାନୁଷ୍ଠାନ କମିଟି ।

୨୦୧୪ରୁ ବନ୍ଦ ପଡିଥିବା ନୟାଗଡ ଚିନିକଳ ଚାଲୁ କରିବା ଦାବିରେ ଗତ ଜାନୁଆରୀ ୩୦ ତାରିଖରୁ ପଦଯାତ୍ରା କରିଥିଲା ଚିନିକଳ କ୍ରୀୟାନୁଷ୍ଠାନ କମିଟି । ଫେବୃଆରୀ ୩ ତାରିଖ ଭୂବନେଶ୍ୱରରେ ପହଂଚିବା ପରେ ଗିରଫ ହେଲେ ପଦଯାତ୍ରୀ, ଫେଲ ମାରିଲା ମିଶନ । ନା ମୁଖ୍ୟମନ୍ତ୍ରୀଙ୍କ ସହ ଭେଟ ହେଲା ନା ଚିନିକଳ ସଂପର୍କରେ କୌଣସି ଆଲୋଚନା । ଗିରଫ ଘଟଣାର ମାସେ ପରେ ଆନ୍ଦୋଳନକୁ ଆଉ ଟିକେ ଆଗକୁ ବଢାଇଛି କମିଟି । ମାର୍ଚ୍ଚ ୬ ତାରିଖ ଅର୍ଥାତ୍ ଶୁକ୍ରବାର ଦିନ ୧୨ ଘଂଟିଆ ନୟାଗଡ ବନ୍ଦ ଡାକରା ଦେଇଛି କ୍ରିୟାନୁଷ୍ଠାନ କମିଟି । ଚାଷୀଙ୍କୁ ଏକାଠି କରିବା ପାଇଁ କମିଟି କରୁଛି ସାଇକେଲ ଶୋଭାଯାତ୍ରା । ଜିଲ୍ଲାର ଚିନିକଳ ବନ୍ଦକୁ ନେଇ ସବୁ ଅଂଚଳରେ କ୍ଷୋଭ ଥିବାରୁ ଲୋକେ ସ୍ୱଇଚ୍ଛାରେ ବନ୍ଦ ପାଳିବେ ବୋଲି କହିଛି କ୍ରୀୟାନୁଷ୍ଠାନ କମିଟି ।

ନୟାଗଡ ଚିନିକଳକୁ ଚାଲୁ କରାଇବା ପାଇଁ ବିଭିନ୍ନ ସମୟରେ ଚାଷୀ ଓ କର୍ମଚାରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପ୍ରଶାସନ ମଧ୍ୟ ଘନ ଘନ ବୈଠକ ଡାକିଛି । ମାମଲା ରାଜ୍ୟ ଲୋକସେବା ଭବନରେ ପହଂଚିଛି । ହେଲେ କିଛି ଲାଭ ନାହିଁ । ବରଂ ଗୁଜୁରାଟର ଏକ କବାଡିଆ କମ୍ପାନିକୁ ଚିନିକଳ ବିକ୍ରି କରାଯାଉଥିବା ନେଇ ଚର୍ଚ୍ଚା ହେଉଛି । ଏସବୁ ସତ୍ୱେ ଆସନ୍ତା ୧୨ ତାରିଖ ଚିନିକଳର ଅବଶେଷ ସଂପତିର ମୂଲ୍ୟାୟନ କରାବା ପାଇଁ ଥୋପ ପକାଇଛି ପ୍ରଶାସନ । ଯାହାର ସଫଳତା ନେଇ ସନ୍ଦେହ କରିଛନ୍ତି ଆନ୍ଦୋଳନକାରୀ ।

୬ ତାରିଖର ପ୍ରସ୍ତାବିତ ବନ୍ଦ ପାଳନ ବେଳେ ସମସ୍ତ ଅତ୍ୟାବଶ୍ୟକ ସେବାକୁ ବାଦ ଦିଆଯିବ । ପରୀକ୍ଷାର୍ଥୀଙ୍କୁ କୌଣସି ବାଧା ଦିଆଯିବ ନାହିଁ । ସେପଟେ ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପୁଲିସ ପ୍ରସ୍ତୁତ ବୋଲି ଏସପି କହିଛନ୍ତି ।



from Kanak News https://ift.tt/2TswTIP https://ift.tt/2VKqE4B
ଆଜି ୧୨ ଘଣ୍ଟିଆ ନୟାଗଡ ବନ୍ଦ : ୬ ବର୍ଷ ଧରି ବନ୍ଦ ପଡିଥିବା ନୟାଗଡ ଚିନିକଳ ଖୋଲିବା ପାଇଁ ବନ୍ଦ ଡାକରା ଦେଇଛି ଚିନିକଳ ବଂଚାଓ କ୍ରିୟାନୁଷ୍ଠାନ କମିଟି, ବନ୍ଦରୁ ବାଡ ପଡିବ ଜରୁରୀକାଳୀନ ସେବା Kanak News ଆଜି ୧୨ ଘଣ୍ଟିଆ ନୟାଗଡ ବନ୍ଦ : ୬ ବର୍ଷ ଧରି ବନ୍ଦ ପଡିଥିବା ନୟାଗଡ ଚିନିକଳ ଖୋଲିବା ପାଇଁ ବନ୍ଦ ଡାକରା ଦେଇଛି ଚିନିକଳ ବଂଚାଓ କ୍ରିୟାନୁଷ୍ଠାନ କମିଟି, ବନ୍ଦରୁ ବାଡ ପଡିବ ଜରୁରୀକାଳୀନ ସେବା Kanak News Reviewed by SUBHENDU BARAL on March 05, 2020 Rating: 5

No comments:

Powered by Blogger.