ଭୁବନେଶ୍ୱରରେ ଯୁବକଙ୍କୁ ବୀଭତ୍ସ ଭାବେ ହାଣିଲେ ଦୁର୍ବୃତ୍ତ OTV KHABAR BUREAU

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ଗଣ୍ଡଗୋଳ ସାଂଘାତିକ ରୂପ ଧାରଣ କରିଛି। ଗୋଟିଏ ଗୋଷ୍ଠୀର ମରଣାନ୍ତକ ଆକ୍ରମଣରେ ଅପର ଗୋଷ୍ଠୀର ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। IRC ଭିଲେଜ୍ ଅଞ୍ଚଳରେ ଜଣେ ଯୁବକଙ୍କୁ ଏଭଳି ଆକ୍ରମଣ କରାଯାଇଛି। ଦୁର୍ବୃତ୍ତମାନେ ଯୁବକଙ୍କୁ ଅତି ବୀଭତ୍ସ ଭାବେ ହାଣିଛନ୍ତି।

ଗାଳିଗୁଲଜକୁ କେନ୍ଦ୍ର କରି ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଗୋଟିଏ ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠୀର ସମ୍ପୃକ୍ତ ଯୁବକଙ୍କୁ ଏଭଳି ଆକ୍ରମଣ କରିଥିବା ଜଣାପଡ଼ିଛି।

ଗଣ୍ଡଗୋଳରେ ଜଣେ ଯୁବକ ଗୁରୁତର ହୋଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି। ସେମାନଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।



from OTV Khabar. https://ift.tt/2Tsnu3W
ଭୁବନେଶ୍ୱରରେ ଯୁବକଙ୍କୁ ବୀଭତ୍ସ ଭାବେ ହାଣିଲେ ଦୁର୍ବୃତ୍ତ OTV KHABAR BUREAU ଭୁବନେଶ୍ୱରରେ ଯୁବକଙ୍କୁ ବୀଭତ୍ସ ଭାବେ ହାଣିଲେ ଦୁର୍ବୃତ୍ତ OTV KHABAR BUREAU Reviewed by SUBHENDU BARAL on March 05, 2020 Rating: 5

No comments:

Powered by Blogger.