ଭିଜିଲାନ୍ସ ଜାଲରେ ନବରଙ୍ଗପୁର RTO, ଲାଞ୍ଚ କାରବାର ନେଇ ପୂର୍ବରୁ ଭାଇରାଲ୍ ହୋଇଥିଲା ଭିଡିଓ

ନବରଙ୍ଗପୁର ୬।୩: ଦେଶରେ ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ରାଜ୍ୟରେ ମଧ୍ୟ ଚଢଉ ଜୋରଦାର ଚାଲିଛି । ନିୟମ ଖିଲାପକାରୀଙ୍କୁ ମୋଟା ଅଙ୍କର ଫାଇନ୍ ପକାଉଛନ୍ତି ବିଭିନ୍ନ ଆରଟିଓ ଅଧିକାରୀମାନେ । ଏମିତିରେ ଜଣେ ଆରଟିଓଙ୍କ ଭିଜିଲାନ୍ସ ଜାଲରେ ପଡିଛନ୍ତି । ନବରଙ୍ଗପୁର ଆରଟିଓ ଗଣେଶ୍ବର କଅଁରଙ୍କ ବାସଭବନ ସମେତ କାର୍ଯ୍ୟାଳୟରେ ଚାଲିଛି ଭିଜିଲାନ୍ସର ଚଢଉ ।

ଜୟପୁର ଓ ନବରଙ୍ଗପୁରର ୧୦ ଟିମ୍‌ ଚଢାଉରେ ସାମିଲ ହୋଇଛନ୍ତି । କିଛିଦିନ ତଳେ ଜଣେ ଯୁବକ ଓ ଆରଟିଓଙ୍କ ମଧ୍ୟରେ ଲାଞ୍ଚ କାରବାର ଘଟଣାର ଭିଡିଓ ଭାଇରାଲ ହୋଇଥିଲା । ଚାକିରି କରାଇ ଦେବାକୁ କହି ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା । ଏହାପରେ ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସ ।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେଲା ନବରଙ୍ଗପୁର ଆରଟିଓ ଗଣେଶ୍ବର କଅଁର ଲାଞ୍ଚ ନେବାଭଳି ଗୋଟିଏ ଫଟୋ ଓ ଏକ ଭିଡିଓ ଭାଇରାଲ୍ ହୋଇଥିଲା । ଯେଉଁ ଭିଡିଓରେ ଟଙ୍କା ଦେଇଥିବା ଯୁବକ ଜଣଙ୍କ ତା ପରିବାର ସହ ଆରଟିଓ ଅଫିସକୁ ଆସି ଆରଟିଓଙ୍କୁ ଚାକିରୀ କଲନାହିଁ ତ ଟଙ୍କା ଫେରାଇଦିଅ ବୋଲି ଯୁକ୍ତି କରୁଥିବାର ଦୃଶ୍ୟ ରହିଥିଲା । ଆରଟିଓଙ୍କୁ ଟଙ୍କା ଦେଇଥିବା ଯୁବକ ନିଜେ ତାଙ୍କ ମୋବାଇଲରେ ଏହା ସୁଟିଂ କରିଥିଲେ ।

ଏହି ଭିଡିଓଟିକୁ ନବରଙ୍ଗପୁରର ଜଣେ ଯୁବ ଆଇନଜୀବୀ ଇମ୍ରାନ ସାରିଫ ତାଙ୍କ ଫେସବୁକ ଆକାଉଣ୍ଟରେ ଅପଲୋଡ କରି ଭାଇରାଲ କରିଛନ୍ତି । ଏହାପରେ ଏହି ଭିଡିଓଟି ଫେସବୁକ୍ ଏବଂ ହ୍ବାଟସଆପରେ ଘୁରି ବୁଲିଥିଲା । ଜଣେ ବ୍ୟକ୍ତିଙ୍କ ଠାରୁ ଟଙ୍କା ନେବା ପରେ ସେହି କାର୍ଯ୍ୟ ନହେବା କାରଣରୁ ସେହି ଲୋକମାନେ ତାଙ୍କ ଅଫିସକୁ ଯାଇ କିଛି ଟଙ୍କା କଥା କହି ପାଟି ତୁଣ୍ଡ କରୁଥିବା ଭିଡିଓରୁ ଜଣାପଡିଥିଲା ।

ଭିଡିଓରେ ଡ୍ରାଇଭିଂ ଏବଂ ଲର୍ଣ୍ଣିଂ ଲାଇସେନ୍ସ କରିବା ସମୟରେ ଲୋକମାନଙ୍କଠାରୁ ଟଙ୍କା ଲାଞ୍ଚ ନେବା କଥା କୁହାଯାଇଥିବା ବେଳେ ୧୫ହଜାର ଏବଂ ୩୦ହଜାର ଟଙ୍କା ଫେରେଇବା ଭଳି କଥା ହେଉଥିବାର ଜଣାପଡିଥିଲା । ତାଙ୍କ ଅଫିସରେ ୪ ରୁ ୫ ଜଣ ଲୋକଙ୍କ ସହିତ ଯୁକ୍ତିତର୍କ ହେବାଭଳି ମଧ୍ୟ ଜଣାପଡିଥିଲା ।



from Prameya News7 https://ift.tt/2PPWdpS
ଭିଜିଲାନ୍ସ ଜାଲରେ ନବରଙ୍ଗପୁର RTO, ଲାଞ୍ଚ କାରବାର ନେଇ ପୂର୍ବରୁ ଭାଇରାଲ୍ ହୋଇଥିଲା ଭିଡିଓ ଭିଜିଲାନ୍ସ ଜାଲରେ ନବରଙ୍ଗପୁର RTO, ଲାଞ୍ଚ କାରବାର ନେଇ ପୂର୍ବରୁ ଭାଇରାଲ୍ ହୋଇଥିଲା ଭିଡିଓ Reviewed by SUBHENDU BARAL on March 05, 2020 Rating: 5

No comments:

Powered by Blogger.