କମିଲା ବସ୍‌ ଭଡ଼ା OTV KHABAR BUREAU

ଭୁବନେଶ୍ୱର: କମିଲା ବସ୍‌ ଭଡ଼ା। ଗତକାଲି ବସ୍‌ ଭଡ଼ା କମାଇଛନ୍ତି ରାଜ୍ୟ ସରକାର। ଅର୍ଡିନାରୀ (ସାଧାରଣ) ଓ ଏକ୍ସପ୍ରେସ୍‌ ବସ୍‌ ଭଡ଼ା କିଲୋମିଟର ପିଛା ୧ ପଇସା ହ୍ରାସ ପାଇଛି।

ସେହିପରି ଡିଲକ୍ସ ଓ ଏସି ଡିଲକ୍ସ କିଲୋମିଟର ପିଛା ୨ ପଇସା କମିଛି। ଅର୍ଡିନାରୀ ବସ୍‌ ଭଡ଼ା ପୂର୍ବରୁ କି.ମି. ପିଛା ୬୯ ପଇସା ଥିବାବେଳେ ଏବେ ଏହା ୬୮ ପଇସାକୁ କମିଛି। ଏକ୍ସପ୍ରେସ୍‌ ବସ୍‌ ଭଡ଼ା କି.ମି. ପିଛା ୭୨ ପଇସାରୁ ୭୧ ପଇସା, ଡିଲକ୍ସ ବସ୍‌ ଭଡ଼ା କି.ମି. ପିଛା ୯୯ ପଇସାରୁ ୯୭ ପଇସା, ଏସି ଡିଲକ୍ସ ବସ୍‌ ଭଡ଼ା କି.ମି. ପିଛା ୧ଟଙ୍କା ୨୧ପଇସାରୁ ୧ଟଙ୍କା ୧୯ ପଇସାକୁ କମିଛି।



from OTV Khabar. https://ift.tt/2VNBS8t
କମିଲା ବସ୍‌ ଭଡ଼ା OTV KHABAR BUREAU କମିଲା ବସ୍‌ ଭଡ଼ା OTV KHABAR BUREAU Reviewed by SUBHENDU BARAL on March 06, 2020 Rating: 5

No comments:

Powered by Blogger.