କେମିତି ଫେରିବ ଶ୍ରୀମନ୍ଦିର ଟଙ୍କା । ସରକାରଙ୍କୁ ବିରୋଧୀ ଘେରିବା ପରେ ଆରମ୍ଭ ହୋଇଛି ତନାଘନା, ଆରବିଆଇ ସହ କଥା ହେଲେ ମୁଖ୍ୟ ଶାସନ ସଚିବ Kanak News

କନକ ବ୍ୟୁରୋ : ୟେସ୍ ବ୍ୟାଙ୍କରେ ଜମା ହୋଇଥିବା ମହାପ୍ରଭୁଙ୍କ କୋଟି କୋଟି ଟଙ୍କା ସୁରକ୍ଷିତ ତ? । ଏହାକୁ ନେଇ ସାରା ରାଜ୍ୟରେ କମ୍ପନ ସୃଷ୍ଟି ହେବା ପରେ ରାଜ୍ୟ ସରକାର ଏହି ଘଟଣାକୁ ନେଇ ତନାଘନା ଆରମ୍ଭ କରିଛନ୍ତି । ସୂଚନା ଅନୁସାରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣରଙ୍କ ସହିତ କଥା ହୋଇଛନ୍ତି । ଏବଂ ଆରବିଆଇ ପକ୍ଷରୁ ଆଶ୍ୱାସନା ମିଳିଛି ବୋଲି କୁହାଯାଉଛି । ଅନ୍ୟପଟେ କିଭଳି ମହାପ୍ରଭୁଙ୍କ ଟଙ୍କା ସୁରକ୍ଷିତ ଭାବେ ଫେରି ଆସିବ , ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି ।

from Kanak News https://ift.tt/2v1ECnx https://ift.tt/3cxqUK2
No comments: