ଜୀବନ ଯୁଦ୍ଧରେ ହାରିଗଲେ ମୀନତି। କିଛି ଦିନ ତଳେ ଭୁବନେଶ୍ୱରରେ ହୋଇଥିଲା କିଡନୀ ପ୍ରତ୍ୟୋରୋପଣ। ସୁଚିତ୍ର ଦାସ କରିଥିଲେ ଅଙ୍ଗଦାନ Kanak News

କନକ ବ୍ୟୁରୋ: ରାଜ୍ୟରେ ପ୍ରଥମ ସଫଳ କାଡାଭରିକ କିଡନୀ ପ୍ରତିରୋପଣରେ ସଫଳତା ନେଇ ଚାରି ଆଡେ ହୋଇଥିଲା ଚର୍ଚା । ଏବେ ଏହାକୁ ନେଇ ଆସିଛି ଏକ ଦୁଃଖଦ ଖବର । ଅଙ୍ଗଦାନ କରି ଅମର ହୋଇଥିବା ସୁଚିତ୍ରାଙ୍କ ଠାରୁ କିଡନୀ ଗ୍ରହଣ କରିଥିବା ମୀନତି ସାମନ୍ତରାୟ ଆଖି ବୁଜିଛନ୍ତି । କିଡନୀ ପ୍ରତିରୋପଣ ହୋଇ ନୂଆ ଜୀବନ ପାଇବାର ମାତ୍ର ୧୦ ଦିନ ପରେ ଆଖି ବୁଜିଛନ୍ତି ମୀନତି ସାମନ୍ତରାୟ । ଏହି ଘଟଣା ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକର ଭୀମପୁର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।
୨୦୧୬ ମସିହାରୁ କିଡ଼୍ନିଜନିତ ସମସ୍ୟାରେ ମୀନତି ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇସାରିଥିଲା। କେବଳ ଡାଏଲିସିସ୍ ବାବଦରେ ୨୦ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଥିଲା। ହେଲେ ଏକ ଦୁର୍ଘଟଣାରେ ଆହତ ହୋଇ ପ୍ରାଣ ହରାଇଥିବା ସୁଚିତ୍ରା ଦାସ ତାଙ୍କ ପାଇଁ ଯେମିତି ଦେବଦୂତ ସାଜିଥିଲେ। ସୁଚିତ୍ରାଙ୍କ ବ୍ରେନ୍ଡେଡ୍ ପରେ ତାଙ୍କ କିଡ୍ନି ଯେଉଁ ଦୁଇଜଣଙ୍କୁ ଦିଆ ଯାଇଥିଲା ସେଥିରୁ ଗୋଟିଏ ମୀନତିଙ୍କ ଶରୀରରେ ଲାଗିଥିଲା। ଗତମାସ ୨୬ ତାରିଖରେ ଭୁବନେଶ୍ବରସ୍ଥିତ ଆମ୍ରି ଡାକ୍ତରଖାନାକୁ ମୀନତିଙ୍କୁ ଡକାଯିବା ପରେ ଡାକ୍ତରମାନେ ୫ଘଣ୍ଟା କାଳ ଅକ୍ଲାନ୍ତ ପରିଶ୍ରମ କରି ସୁଚିତ୍ରାଙ୍କ କିଡ଼୍ନିକୁ ମୀନତିଙ୍କ ଶରୀରରେ ପ୍ରତିରୋପଣ କରିବାରେ ସଫଳ ହୋଇଥିଲେ। ଏହି ଘଟଣା ସମଗ୍ର ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟି ଯାଇଥିଲା।
ତେବେ କିଡ଼୍ନି ପ୍ରତିରୋପଣ ପରେ ବି ମୀନତିଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସି ପାରି ନଥିଲା। ତାଙ୍କୁ ନିୟମିତ ରକ୍ତ ଦିଆ ଯାଉଥିଲା। କିଡ଼୍ନି ପ୍ରତିରୋପଣରେ ବି ୧୦ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇସାରିଥିଲା। ତେବେ ତାଙ୍କ ଅବସ୍ଥା ସଂକଟାପନ୍ନ ହୋଇଥିଲା। ରକ୍ତଚାପ କମିଯିବାରୁ ଶରୀରର କୌଣସି ଅଙ୍ଗ ଠିକ୍ ଭାବେ କାମ କରି ନଥିଲା। ଡାକ୍ତରମାନଙ୍କ ଅକ୍ଲାନ୍ତ ଉଦ୍ୟମ ସତ୍ତ୍ବେ ଗତକାଲି ଅପରାହ୍ଣ ୩ଟାରେ ମିନତି ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ସନ୍ଧ୍ୟାରେ ଶବକୁ ଭୁବନେଶ୍ବରରୁ ପୁରୀ ନିଆଯାଇ ସ୍ବର୍ଗଦ୍ବାରରେ ଅନ୍ତିମ ସଂସ୍କାର ସଂପନ୍ନ କରାଯାଇଥିବା ଜଣାପଡ଼ିଛି।
from Kanak News https://ift.tt/38zwM25 https://ift.tt/3aAQE6B


No comments: