ହୋଲି ପାଇଁ ରାଜଧାନୀର ଗଳିକନ୍ଦିରେ ଖୋଲିଲାଣି ରଙ୍ଗର ପସରା : ବଢ଼ିଛି ରଙ୍ଗ ଦର, ହୋଲିରେ କରୋନା ବ୍ୟାପିବାର ଆଶଙ୍କା ଅଧିକ Kanak News

କନକ ବ୍ୟୁରୋ : ଆସିଛି ଆସିଛି ହୋଲି… ରଙ୍ଗର ପସରା ମେଲି…। ରଙ୍ଗ୍‌ ବରଷେ ଭିଗେ ଚୁନର ୱାଲି…। ଆଦି ହୋଲିର ମତୁଆଲା ଗୀତ ସହ ସାତ ରଙ୍ଗର ଅବିର ପବନରେ ମାଦକତା ଭରିବ। ଜାତି, ଧର୍ମ ଓ ବର୍ଣ୍ଣ ନିର୍ବି‌ଶେଷରେ ସ‌ମସ୍ତେ ଏକାଠି ହୋଇ ରଙ୍ଗର ପର୍ବ ହୋଲିକୁ ମନ ଭରି ଉପଭୋଗ କରିବେ। ଏଥିପାଇଁ ସଜବାଜ ଆରମ୍ଭ ହୋଇଗଲାଣି। ଧୀରେଧୀରେ ସହରର ଗଳି କନ୍ଦିରେ ରଙ୍ଗ ଦୋକାନ ବି ଖୋଲିବା ଆରମ୍ଭ ହେଲାଣି। ମନ୍ଦିରଗୁଡ଼ିକରେ ବିଶେଷ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି କର୍ପୋରେଟ ହାଉସ୍‌ ହୋଲି ପାଳନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରି ସାରିଲେଣି।

ଆଗକୁ ହୋଲି ଆସୁଥିବାରୁ ରାଜଧାନୀର ପ୍ରତି ଗଳିକନ୍ଦିରେ ରଙ୍ଗର ପସରା ମେଲିଲାଣି। ନାଲି, ନୀଳ, ହଳଦିଆ, ବାଇଗଣୀ ଓ ଗୋଲାପି ଭଳି ବିଭିନ୍ନ ରଙ୍ଗରେ ରାଜରାସ୍ତା ରଙ୍ଗିନ ଦିଶିଲାଣି । ଦୋକାନଗୁଡ଼ିକ ସାମ୍‌ନାରେ ରଙ୍ଗପ୍ରେମୀଙ୍କ ଭିଡ଼ ମଧ୍ୟ ବେଶ୍‌ ଜମିଲାଣି। ବିଭିନ୍ନ ରସାୟନ ପ୍ରସ୍ତୁତ ରଙ୍ଗର ଚର୍ମ ଓ ଶରୀର ଉପରେ ଖରାପ ପ୍ରଭାବ ରହୁଥିବାରୁ ଏବେ ପ୍ରାୟ ବଜାରରେ ହର୍ବାଲ ରଙ୍ଗ ଅଧିକ ବିକ୍ରି ‌ହେଉଥିବା ଦେଖିବାକୁ ମିଳୁଛି। ତେବେ ପୂର୍ବ ଭଳି ଚଳିତ ବର୍ଷ ମଧ୍ୟ ଅବିରର ବହୁ ଚାହିଦା ରହିଛି। ଅବିରର ବଜାର ଦର ଏବେ କିଲୋ ପିଛା ୨୦୦ ଟଙ୍କା ରହିଛି। ସେହିପରି ରହିଛି ସୁଗନ୍ଧ ଅବିର। ଏହା କିଲୋ ପିଛା ୩୦୦ ଟଙ୍କା ରହିଛି। କିଛି ସ୍ୱାସ୍ଥ୍ୟ ସଚେତନ ଲୋକ ହର୍ବାଲ ରଙ୍ଗ ପାଇଁ ବେଶ୍‌ ଆଗ୍ରହୀ। ଗୋଟିଏ ପ୍ୟାକେଟ୍‌ ହର୍ବାଲ୍‌ ରଙ୍ଗର ମୂଲ୍ୟ ୨୫୦ ଟଙ୍କା ରହିଛି। ଏଥିରେ ୫ଟି ରଙ୍ଗ ଉପଲବ୍ଧ ହେଉଛି।

ଅଶୋକନଗରସ୍ଥିତ ମହାନ୍ତି ହୋଲି ସପ୍‌ର ସ୍ବତ୍ବାଧିକାରୀ ଚିତ୍ତରଞ୍ଜନ ମହାନ୍ତି କୁହନ୍ତି, ରସାୟନ ରଙ୍ଗ ନିଷେଧ ହୋଇ ଥିବାରୁ ଆମେ ଚଳିତ ବର୍ଷ କେବଳ ହର୍ବାଲ ରଙ୍ଗ ଆଣିଛୁ। କିନ୍ତୁ ପରିବହନର ଅସୁବିଧା ଓ ମାନ୍ଦାବସ୍ଥା ଯୋଗୁଁ ଚଳିତ ବର୍ଷ ରଙ୍ଗ ଦାମ୍‌ ବଢ଼ିଥିବା ବେଳେ ଅବିର କିଲେ ପିଛା ପ୍ରାୟ ୫୦ ଟଙ୍କା ଲେଖାଏଁ ବଢ଼ିଛି। ତେବେ ସେ ଜଟଣୀର ମାଲ୍‌ ଆଣିଥିବା କହିଛନ୍ତି। ତାଙ୍କ ପାଖରେ ୮/୯ ପ୍ରକାର ରଙ୍ଗର ଅବିର ଥିବା ବେଳେ ବିଭିନ୍ନ ପ୍ରକାର ପଶୁ ଓ ରାକ୍ଷସ ଆଦି ମୁଖା ରହିଛି। ଏହାଛଡ଼ା ଏବେ ବଜ‌ା‌ରରେ ପିଲାମାନଙ୍କ ପାଇଁ ଭିନ୍ନ ଭିନ୍ନ ଧରଣର କ୍ୟାପ୍‌, ମାକ୍ସ, ବିଭିନ୍ନ ଧରଣର ପିଚିକାରୀ ଓ ମ୍ୟାଜିକ୍‌ ବେଲୁନ୍‌ ମଧ୍ୟ ଉପଲବ୍ଧ ହେଉଛି। ପୁଣି କାହାକୁ ଉପହାର ଦେବା ପାଇଁ ବିଭିନ୍ନ ରଙ୍ଗର ଏକ ପ୍ୟାକେଜ୍‌ ମଧ୍ୟ ରହିଛି। ଏହା ପ୍ରାୟ ୩୦୦-୩୫୦ ଟଙ୍କା ମଧ୍ୟରେ ରହଛି।



from Kanak News https://ift.tt/3cBXPgI https://ift.tt/3axmC3u
ହୋଲି ପାଇଁ ରାଜଧାନୀର ଗଳିକନ୍ଦିରେ ଖୋଲିଲାଣି ରଙ୍ଗର ପସରା : ବଢ଼ିଛି ରଙ୍ଗ ଦର, ହୋଲିରେ କରୋନା ବ୍ୟାପିବାର ଆଶଙ୍କା ଅଧିକ Kanak News ହୋଲି ପାଇଁ ରାଜଧାନୀର ଗଳିକନ୍ଦିରେ ଖୋଲିଲାଣି ରଙ୍ଗର ପସରା : ବଢ଼ିଛି ରଙ୍ଗ ଦର, ହୋଲିରେ କରୋନା ବ୍ୟାପିବାର ଆଶଙ୍କା ଅଧିକ Kanak News Reviewed by SUBHENDU BARAL on March 05, 2020 Rating: 5

No comments:

Powered by Blogger.