ରାଜଧାନୀରେ ଷଣ୍ଢଙ୍କ ଉତ୍ପାତ : ଦୋକାନ ଭିତରେ ଷଣ୍ଢ ଲଢ଼େଇ, ୨ ଲକ୍ଷର ସମ୍ପତ୍ତି ନଷ୍ଟ Kanak News

କନକ ବ୍ୟୁରୋ : ରାଜଧାନୀରେ ଷଣ୍ଢଙ୍କ ଉତ୍ପାତ କିଛି ନୂଆ କଥା ନୁହେଁ। କିଛି ଦିନ ପୂର୍ବେ ଷଣ୍ଢ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ରୁ ୧୫ଜଣ ଲହୁଲୁହାଣ ହୋଇଥିଲେ। ତେବେ ଗତକାଲି ବମିଖାଲରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁଇଟି ଷଣ୍ଢ ଲଢ଼େଇ କରି ଏକ ଦୋକାନ ଭିତରେ ପଶି ଯିବାରୁ ପାଖାପାଖି ୨ଲକ୍ଷ ଟଙ୍କାର ଗ୍ରୋସରି ସାମଗ୍ରୀ ନଷ୍ଟ ହୋଇଛି। ଷଣ୍ଢଦ୍ବୟ ନିଜ ଭିତରେ ଏପରି ଲଢ଼େଇ କରିଲେ ଯେ ଦୋକାନର ଜିନିଷ ନଷ୍ଟ ହେବା ସହ ଆସବାବପତ୍ର ମଧ୍ୟ ଭାଙ୍ଗି ଯାଇଥିଲା।

ବମିଖାଲ ଛକରେ ପ୍ରଦୀପଙ୍କର ‘ମା’ ବାରଭୁଜା ଷ୍ଟୋର’ ନାମରେ ଏକ ଗ୍ରୋସରି ଦୋକାନ ରହିଛି। ମଧ୍ୟାହ୍ନ ସାଢ଼େ ୧୨ଟା ବେଳେ ଦୁଇଟି ଷଣ୍ଢ ଲଢ଼େଇ କରି କରି ଦୋକାନ ଭିତରେ ପଶି ଯାଇଥିଲେ। ଦୀର୍ଘ ଅଧଘଣ୍ଟା ଧରି ଦୋକାନ ଭିତରେ ଦୁଇ ଷଣ୍ଢ ଏଭଳି ତାଣ୍ଡବ ରଚିଥିଲେ ମଧ୍ୟ ପୁଲିସଠାରୁ ଆରମ୍ଭ କରି ବିଏମ୍‌ସି ପର୍ଯ୍ୟନ୍ତ କେହି ଶୁଣି ନଥିଲେ। ‘ଷଣ୍ଢକୁ ଆମେ କ’ଣ କରିବୁ’ ବୋଲି ଡାଏଲ-୧୦୦ ପ୍ରଥମେ ଉତ୍ତର ଦେଇଥିବା ବେଳେ ବିଏମ୍‌ସିରୁ କୌଣସି ଉତ୍ତର ମିଳି ନ ଥିଲା।

ଦୀର୍ଘ ଅଧଘଣ୍ଟା କାଳ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ରସୁଲଗଡ଼ରୁ ଲକ୍ଷ୍ମୀସାଗର ଯାଉଥିବା ଶତାଧିକ ଗାଡ଼ି ଚାଳକ ପ୍ରଭାବିତ ହୋଇଥିଲେ। ପାଖରେ ଥିବା ଦୋକାନ ମଧ୍ୟ ପ୍ରଭାବିତ ହୋଇଥିଲା। ଷଣ୍ଢ ହଠାତ୍‌ ମାଡ଼ି ଆସିବାରୁ ସେଠାରେ ଥିବା ଦୁଇଜଣ ଗ୍ରାହକ ଦଉଡ଼ି ପଳାଇବାକୁ ବସିଥିବା ବେଳେ ପଡ଼ି ଯାଇ ଆହତ ହୋଇଥିଲେ। ଗୋଟିଏ ବାଇକ୍‌ ତଳେ ପଡ଼ି ଭାଙ୍ଗିଥିଲା। ଷଣ୍ଢ ଦୁଇଟି ସେହି ଅଞ୍ଚଳରେ ଥିବାରୁ ପୁଣି ଅଘଟଣ ଘଟିପାରେ ବୋଲି ବ୍ୟବସାୟୀ ଆଶଙ୍କା କରିଛନ୍ତି।



from Kanak News https://ift.tt/2TpZ6zK https://ift.tt/32ViS9F

ରାଜଧାନୀରେ ଷଣ୍ଢଙ୍କ ଉତ୍ପାତ : ଦୋକାନ ଭିତରେ ଷଣ୍ଢ ଲଢ଼େଇ, ୨ ଲକ୍ଷର ସମ୍ପତ୍ତି ନଷ୍ଟ Kanak News ରାଜଧାନୀରେ ଷଣ୍ଢଙ୍କ ଉତ୍ପାତ : ଦୋକାନ ଭିତରେ ଷଣ୍ଢ ଲଢ଼େଇ, ୨ ଲକ୍ଷର ସମ୍ପତ୍ତି ନଷ୍ଟ Kanak News Reviewed by SUBHENDU BARAL on March 05, 2020 Rating: 5

No comments:

Powered by Blogger.