ଦେହ ଦଲାଲକୁ ମାଡ଼ି ବସିଲେ ଏସ୍‌ଟିଏଫ୍ ଟିମ୍…

ଭୁବନେଶ୍ୱର ୬/୩: ବାଂଲାଦେଶୀ ସେକ୍ସ ରାକେଟ୍‌ର ମୂଳ ଉପାଡ଼ିବାରେ ଲାଗିଛି କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାକ୍ସ ଫୋର୍ସ (ଏସ୍‌ଟିଏଫ୍‌) । ଏହି ଲିଙ୍କ୍‌ରେ ସମ୍ପୃକ୍ତ ଆଉ ଜଣେ ଦଲାଲ୍‌କୁ ଏସ୍‌ଟିଏଫ୍‌ ଟିମ୍‌ ଗିରଫ କରିଛି । ସେ ହେଲେ ଚନ୍ଦକା ମଳିପଡ଼ାର ପ୍ରଶାନ୍ତ ପ୍ରଧାନ ଓରଫ୍‌ ବୁଲୁ (୩୨) । ୨ ଜଣ ଦେହଜୀବୀଙ୍କୁ ଗ୍ରାହକଙ୍କ ପାଖକୁ ନେବା ବେଳେ ଏସ୍‌ଟିଏଫ୍‌ ତାଙ୍କୁ ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଉଠାଇ ନେଇଛି । ପୂର୍ବରୁ ଧରା ପଡିଥିବା ଦମ୍ପତି ପଞ୍ଚାନନ ପାଢ଼ୀ ଓ ପ୍ରିତୀ ପାଢ଼ୀଙ୍କ ଦେହବେପାର କାରବାରରେ ବୁଲୁ ଦଲାଲ କାମ କରୁଥିଲା ବୋଲି ଏସ୍‌ଟିଏଫ୍‌ ସୂଚନା ଦେଇଛି।

ମିଳିଥିବା ସୂଚନା ମୁତାବକ, ବାଂଲା ସେକ୍ସ କାରବାରରେ ସମ୍ପୃକ୍ତ ବୁଲୁ ଭଳି ଅନେକ ଦଲାଲ ଏବେ ବି ବେପାର ଚଳାଉଛନ୍ତି । ବାଂଲା ଯୁବତୀଙ୍କୁ ଧରପଗଡ଼ ପରେ ଏମାନେ ଓଡି଼ଆ ଓ ବଙ୍ଗାଳୀ ଯୁବତୀଙ୍କୁ ଏହି କାମରେ ଲଗାଉଛନ୍ତି । ବୁଲୁ ଗତକାଲି ୨ ଯୁବତୀଙ୍କୁ ଖଣ୍ଡଗିରି ଅଞ୍ଚଳର ଏକ ହୋଟେଲକୁ ପଠାଉଥିଲା । ସେମାନଙ୍କୁ ଏକ କାର୍‌ରେ ନେଉଥିଲା । ନିଜେ ବୁଲେଟ (ଓଡି୩୩ଜେଡ୍‌ ୭୭୪୮)ରେ ଯାଉଥିଲା ।

ଏସ୍‌ଟିଏଫ୍‌ ଖବର ପାଇ ତାକୁ ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଗିରଫ କରିବା ସହ ବୁଲେଟ୍‌କୁ ଜବତ କରିଛି । ଏସ୍‌ଟିଏଫ୍‌ କହିଛି, ବାଂଲା ସେକ୍ସ କାରବାରରେ ପଞ୍ଚାନନ ଓ ପ୍ରିତୀଙ୍କ ବେପାର ପାଇଁ ଗ୍ରାହକ ଯୋଗାଡ଼ିବାରେ ବୁଲୁ ମୁଖ୍ୟ କାର୍ପଟଦାର । ବାଂଲାଦେଶୀ ସେକ୍ସ ର‌୍ୟାକେଟ୍‌ ମାମଲାରେ ଏସ୍‌ଟିଏଫ୍‌ ଏଯାବତ୍‌ ୬ଜଣଙ୍କୁ ଗିରଫ କରି ସାରିଛି । ଗତ ୨ ତାରିଖରେ ଗଞ୍ଜାମ ପୁରୁଷୋତ୍ତମପୁର ଥାନା ଅଞ୍ଚଳର କେଶବ ସାହୁ(୨୮)ଙ୍କୁ ଗିରଫ କରିଥିଲା । ଗତ ଜାନୁଆରୀ ୨୧ ତାରିଖରେ ଏସ୍‌ଟିଏଫ୍‌ ପିପିଲି ଅଞ୍ଚଳରେ ଚଢାଉ କରି ବାଂଲାଦେଶର ଅଞ୍ଜଳୀ ଦିଦିଙ୍କୁ ଗିରଫ କରିଥିଲା । ତାଙ୍କ ସ୍ୱାମୀ ତଥା ପିପିଲି ଅଞ୍ଚଳର ଇବ୍ରାହିମ୍‌ଙ୍କୁ ଧରିଥିଲା । ଉଦ୍ଧାର ହୋଇଥିବା ୭ ବାଂଲା ଯୁବତୀଙ୍କୁ ବାଂଲାଦେଶ ପଠାଇବାର ବ୍ୟବସ୍ଥା ଚାଲିଛି ।



from Prameya News7 https://ift.tt/2x7tfuW
ଦେହ ଦଲାଲକୁ ମାଡ଼ି ବସିଲେ ଏସ୍‌ଟିଏଫ୍ ଟିମ୍… ଦେହ ଦଲାଲକୁ ମାଡ଼ି ବସିଲେ ଏସ୍‌ଟିଏଫ୍ ଟିମ୍… Reviewed by SUBHENDU BARAL on March 05, 2020 Rating: 5

No comments:

Powered by Blogger.