କରୋନା ଭୁତାଣୁ ପାଇଁ ସଚେତନ କଲେ ସଚ୍ଚିନ : ୟୁନିସେଫ୍ ପକ୍ଷରୁ ଭିଡିଓ ସୁଟ୍ କଲେ , ୨୦ ସେକେଣ୍ଡରେ କେମିତି ହାତ ଧୋଇବେ କହିଲେ Kanak News

ସାରା ବିଶ୍ୱରେ କରୋନା ଭୂତାଣୁ ଆତଙ୍କ ଦେଖିବାକୁ ମିଳିଛି । ଏବେ କରୋନା ବିଶ୍ୱରେ ଶହେ ଦେଶକୁ ବ୍ୟାପିବାର ନିକଟତର ହୋଇସାରିଲାଣି । ତେବେ ସ୍ୱଚ୍ଛତା ବଳରେ କରୋନା ଠାରୁ ମିଳିପାରିବ ମୁକ୍ତି । ଏହାକୁ ନେଇ ସାମ୍ନାକୁ ଆସିଛି ହାତ ସଫା କରିବା ନେଇ ସଚ୍ଚିନଙ୍କ ସଚେତନତାର ଭିଡିଓ । ପ୍ରାୟ ୨୦ ସେକେଣ୍ଡର ଏହି ଭିଡିଓକୁ ପ୍ରସ୍ତୁତ କରିଛି ୟୁନିସେଫ୍ । ଭିଡିଓର ନାମ ରହିଛି ୨୦ ସେକେଣ୍ଡ ହ୍ୟାଣ୍ଡ ୱାସିଙ୍ଗ ୱିଥ୍ ସଚ୍ଚିନ ।

ସଚ୍ଚିନ ପ୍ରଥମେ ହାତ ଓଦା କରୁଛନ୍ତି । ଏହା ପରେ ହାତରେ ସାବୁନ ଲଗାଇ ଦୁଇ ହାତ ପାପୁଲିକୁ ଛନ୍ଦି ସଫା କରୁଛନ୍ତି । ଏହା ପରେ ପୁଣି ଦୁଇ ପାପୁଲିକୁ ଯୋଡି ସଫା କରୁଛନ୍ତି । ୨୦ ସେକେଣ୍ଡର ଏପରି ହାତ ସଫେଇର ଭିଡିଓକୁ ଜନସାଧାରଣଙ୍କ ସଚେତନତା ପାଇଁ ପ୍ରସ୍ତୁତ କରାଯାଇଛି । ବର୍ତମାନ ବିଶ୍ୱରେ କରୋନା ଭୟଙ୍କର ରୂପରେ ବ୍ୟାପିବାରେ ଲାଗି ଥିବା ସମୟରେ ଏପରି ସ୍ୱଛତା ଆପଣାଇବା ସମସ୍ତଙ୍କ ପାଇଁ ବଡ ଜରୁରୀ ହୋଇପଡିଛି ।



from Kanak News https://ift.tt/2TJW2gR https://ift.tt/2xj6i8j
କରୋନା ଭୁତାଣୁ ପାଇଁ ସଚେତନ କଲେ ସଚ୍ଚିନ : ୟୁନିସେଫ୍ ପକ୍ଷରୁ ଭିଡିଓ ସୁଟ୍ କଲେ , ୨୦ ସେକେଣ୍ଡରେ କେମିତି ହାତ ଧୋଇବେ କହିଲେ Kanak News କରୋନା ଭୁତାଣୁ ପାଇଁ ସଚେତନ କଲେ ସଚ୍ଚିନ : ୟୁନିସେଫ୍ ପକ୍ଷରୁ ଭିଡିଓ ସୁଟ୍ କଲେ , ୨୦ ସେକେଣ୍ଡରେ କେମିତି ହାତ ଧୋଇବେ କହିଲେ Kanak News Reviewed by SUBHENDU BARAL on March 06, 2020 Rating: 5

No comments:

Powered by Blogger.