ଲମତାପୁଟ ୦୭।୦୩ : ଭାରସାମ୍ୟ ହରାଇ ପିଟିହେଲା ବାଇକ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି । ମୃତକ ଲମତାପୁଟ ବ୍ଲକ କଡ୍ରି ଗାଁର ଜଗନ୍ନାଥ ମୁଦୁଲି । କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଦାସପୁଟ ଗାଁ ନିକଟରେ ଘଟିଛି ଦୁର୍ଘଟଣା ।
ସୂଚନାଯୋଗ୍ୟ ଯେ, ଶନିବାର ଦିନ ଏକ ବାହାଘର ସାରି ଘରକୁ ଫେରୁଥିଲେ ଜଗନ୍ନାଥ । କିନ୍ତୁ ଦାସପୁଟ ଗାଁ ନିକଟରେ ଗାଡିରୁ ନିଜର ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲେ । ତେବେ ଦୁର୍ଘଟଣାରେ ଜଗନ୍ନାଥଙ୍କ ସହ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ପଡିରହିଥିଲେ । ସ୍ଥାନୀୟଲୋକ ଉଭୟଙ୍କୁ ଉଦ୍ଧାର କରି ଲମତାପୁଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।ତେବେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଗନ୍ନାଥଙ୍କ ମୃତ୍ୟୁ ହୋଇଛି । ତେବେ ଗୁରୁତର ଥିବା ବ୍ୟକ୍ତିଙ୍କ ନାମ ଘେନୁ ମୁଦୁଲି ବୋଲି ଜଣାପଡିଛି । ଏବଂ ତାଙ୍କୁ କୋରାପୁଟ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତିରତ କରାଯାଇଛି । ଲମତାପୁଟ ମେଡିକାଲରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।
from Prameya News7 https://ift.tt/3cCLrgn
No comments: