
କନକ ବ୍ୟୁରୋ : ଦୁଇ ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ହେଉଥିବା ଅଦିନିଆ ବର୍ଷା ଆହୁରି ପ୍ରାୟ ୫ ଦିନ ଲାଗି ରହିବ । ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଅଳ୍ପେ ବହୁତେ ବର୍ଷା ହେବାର ସମ୍ଭାବନା ରହିଛି। ୭ ତାରିଖରେ ରାଜ୍ୟର ଅର୍ଧାଧିକ ଜିଲ୍ଲାରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ୮ ତାରିଖଠାରୁ ସାମାନ୍ୟ କମିବାକୁ ଥିଲେ ମଧ୍ୟ ୧୦ ତାରିଖଠାରୁ ପୁଣିଥରେ ବର୍ଷା ବଢ଼ିବ। ସ୍ଥାନେ ସ୍ଥାନେ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।

୮ ତାରିଖ ମଧ୍ୟାହ୍ନଠାରୁ ୯ ତାରିଖ ସକାଳ ପର୍ଯ୍ୟନ୍ତ ପାଗରେ ସାମାନ୍ୟ ପରିବର୍ତନ ଆସିଲେ ମଧ୍ୟ ଗଞ୍ଜାମ, ପୁରୀ, ଗଜପତି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ସ୍ଥାନେ ସ୍ଥାନେ କୁଆପଥର ପଡ଼ିପାରେ। ତେବେ ୧୦ ତାରିଖ ପୂର୍ବାହ୍ନ ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବାକୁ ଥିବା ବେଳେ ଅପରାହ୍ନଠାରୁ ପୁଣିଥରେ ବର୍ଷା ବଢ଼ିବ। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।
from Kanak News https://ift.tt/2TJNvdP https://ift.tt/39eYmDb
No comments: