ବିଶ୍ୱସ୍ତରୀୟ ହେବ ଆନନ୍ଦ ଭବନ ସଂଗ୍ରହାଳୟ । ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ପାଇଁ ବି ଚାଲିଛି ଉଦ୍ୟମ Kanak News

କନକ ବ୍ୟୁରୋ : କଟକସ୍ଥିତ ଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରକୁ ବିଶ୍ବସ୍ତରୀୟ କରାଯିବ। ଏହାକୁ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ପାଇଁ ଆନନ୍ଦ ଭବନ ପଛ ପାର୍ଶ୍ବରେ ବହୁତଳ ବିଶିଷ୍ଟ ଏକ ଅତ୍ୟାଧୁନିକ ବ୍ୟାଖ୍ୟାନ କେନ୍ଦ୍ର, ପାଠାଗାର, ଶିଶୁ କିଶୋରମାନଙ୍କ ପାଇଁ ଆକ୍ଟିଭିଟି ସେଣ୍ଟର, ସମ୍ମିଳନୀ କକ୍ଷ ନିର୍ମାଣ କରାଯିବାର ପ୍ରସ୍ତାବ ରହିଛି ବୋଲି ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି।

ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମସ୍ଥଳୀ ଆନନ୍ଦ ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଅନୁଷ୍ଠିତ ଏକ ଫଟୋ ଗ୍ୟାଲେରିକୁ ଉଦଘାଟନ କରି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ ପରବର୍ତୀ ସମୟରେ ଆନନ୍ଦ ଭବନରେ ବିଜୁ ବାବୁଙ୍କ ଜୀବନୀ ଆଧାରିତ ଓ ତଥ୍ୟ ସମ୍ବଳିତ ଭିଡିଓ ପ୍ରଦର୍ଶିନ କରାଯିବ। ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ, ନିର୍ଦେଶକ ବିଜୟ କୁମାର ନାୟକ, ଗବେଷକ ରାଜକିଶୋର ମିଶ୍ର, ରାଜ୍ୟ ସଂଗ୍ରହାଳୟ ଅଧୀକ୍ଷକ ତଥା ଉପ ସଚିବ ବିପିନ ବିହାରୀ ପାତ୍ର, କଟକର ଅତିରିକ୍ତ ଜିଲ୍ଲାପାଳ ବିଜୟ ଖଣ୍ଡାୟତରାୟ, ଓଡ଼ିଶା ସାହିତ୍ୟ ଏକାଡେମି ସଚିବ ଶୁଚିସ୍ମିତା ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।



from Kanak News https://ift.tt/2VRqhVH https://ift.tt/32UQ3Kr
ବିଶ୍ୱସ୍ତରୀୟ ହେବ ଆନନ୍ଦ ଭବନ ସଂଗ୍ରହାଳୟ । ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ପାଇଁ ବି ଚାଲିଛି ଉଦ୍ୟମ Kanak News ବିଶ୍ୱସ୍ତରୀୟ ହେବ ଆନନ୍ଦ ଭବନ ସଂଗ୍ରହାଳୟ । ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ପାଇଁ ବି ଚାଲିଛି ଉଦ୍ୟମ Kanak News Reviewed by SUBHENDU BARAL on March 06, 2020 Rating: 5

No comments:

Powered by Blogger.