ସ୍କର୍ପିଓ ଓ ଟ୍ରାକ୍ଟର ମଧ୍ୟରେ ଦୁର୍ଘଟଣା : ୧୧ମୃତ, ୪ଆହତ

ମୁଜାଫରପୁର ୦୭।୦୩ : ବିହାରର ମୁଜାଫରପୁର ସ୍ଥିତ କାଣ୍ଟିରେ ଟ୍ରାକ୍ଟର ଓ ସ୍କୁର୍ପିଓ ମଧ୍ୟରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଅଛନ୍ତି । ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।  

ଶନିବାର ଦିନ କାଣ୍ଟି ଥାନା ଟରମା ଚୌକ ଦେଇ ଯାଇଥିବା ଜାତୀୟ ରାଜପଥ ୨୮ରେ ଏହି ଦୁର୍ଘଟଣା ଘଟିଛି । ଜାତୀୟ ରାଜପଥରେ ସ୍କର୍ପିଓ ଯାଉଥିବା ବେଳେ ଟ୍ରାକ୍ଟର ଧକ୍କା ଦେଇଥିଲା । ଦୁଇ ଗାଡି ମଧ୍ୟରେ ବହୁ ଜୋରରେ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଆଉ ୩ଜଣଙ୍କ ମୃତ୍ୟୁ ହୋଇଯାଇଛି । ତେବେ ଦୁର୍ଘଟଣାରେ ସମୁଦାୟ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଅଛନ୍ତି । ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପହଞ୍ଚି ପୋଲିସ ଯାଞ୍ଚ ଜାରି ରଖିଛି । ମୃତକ ମୁଜାଫରପୁର ଜିଲ୍ଲା ହଥୋଡିର ବାସିନ୍ଦା ବୋଲି ଜଣାପଡିଛି । ତେବେ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ନାମ ମିଳିପାରିନାହିଁ ।   



from Prameya News7 https://ift.tt/39H9JUN
ସ୍କର୍ପିଓ ଓ ଟ୍ରାକ୍ଟର ମଧ୍ୟରେ ଦୁର୍ଘଟଣା : ୧୧ମୃତ, ୪ଆହତ ସ୍କର୍ପିଓ ଓ ଟ୍ରାକ୍ଟର ମଧ୍ୟରେ ଦୁର୍ଘଟଣା : ୧୧ମୃତ, ୪ଆହତ Reviewed by SUBHENDU BARAL on March 06, 2020 Rating: 5

No comments:

Powered by Blogger.