ସର୍ଟ ସର୍କିଟ ହୋଇ ଜଳିଗଲା ଦୋକାନ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ

ଲମତାପୁଟ ୦୭।୦୩ : ସର୍ଟ ସର୍କିଟରୁ ଜଳିଗଲା ଦୋକାନ ଘର । କୋରାପୁଟ ଜିଲ୍ଲା ଅନକାଡେଲି ବଜାରରେ ଥିବା ଖଗେଶ୍ବର ବେହେରାଙ୍କ ଦୋକାନରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କା ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

ଶନିବାର ରାତି ପ୍ରାୟ ୧୧ ସମୟରେ ହଠାତ୍‌ ଦୋକାନରେ ନିଆଲାଗିଯାଇଥିଲା । ସର୍ଟ ସର୍କିଟରୁ ଦୋକାନରେ ନିଆ ଲାଗିଥିବା କୁହାଯାଉଛି । ଦୋକାନରେ ନିଆଁ ଲାଗିବାର ଦେଖି  ସ୍ଥାନୀୟ ଲୋକମାନେ ଲିଭାଇବା ପାଇଁ ଚେଷ୍ଟା କରିଥିଲେ ।  କିନ୍ତୁ ନିଆଁକୁ ଆୟତ୍ତ କରିବାରେ ବିଫଳ ହୋଇଥିଲେ । ଦୋକାନରେ ବହୁ ପ୍ଲାଷ୍ଟିକ୍ ସାମଗ୍ରୀ ଥିବାରୁ ନିଆଁକୂ ଲିଭାଇବାରେ ବିଫଳ ହେଉଥିଲେ ସ୍ଥାନୀୟଲୋକ ।

ଶେଷରେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବା ପାଇଁ ଏକ ଗଣ୍ଟା ସମୟ ଲାଗିଥିଲା । ଏବଂ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ ।  ଅଗ୍ନିକାଣ୍ଡରେ ଦୋକାନର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । କୌଣସି ବ୍ୟକ୍ତି ଆହତ ହୋଇନଥିବା ଜଣାପଡିଛି ।



from Prameya News7 https://ift.tt/39u5v2s
ସର୍ଟ ସର୍କିଟ ହୋଇ ଜଳିଗଲା ଦୋକାନ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ସର୍ଟ ସର୍କିଟ ହୋଇ ଜଳିଗଲା ଦୋକାନ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ Reviewed by SUBHENDU BARAL on March 06, 2020 Rating: 5

No comments:

Powered by Blogger.