କଟକ SCBରେ ଚିକିତ୍ସିତ କରୋନା ସନ୍ଦିଗ୍ଧ ଦମ୍ପତ୍ତିଙ୍କ ରିପୋର୍ଟ ନେଗେଟିଭ

କଟକ ୬।୩: କଟକ SCBରେ ଚିକିତ୍ସିତ କରୋନା ସନ୍ଦିଗ୍ଧ ଦମ୍ପତ୍ତିଙ୍କ ସାମ୍ପଲ ନେଗେଟିଭ । ପୁଣେ NIVକୁ ଯାଇଥିବା ରକ୍ତ ଏବଂ ସ୍ବାବ୍ ରିପୋର୍ଟ ନେଗେଟିଭ୍ ଆସିଛି । SCBର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ଏହି ସୂଚନା ଦେଇଛନ୍ତି ।

ଦୁଇ ଦିନ ତଳେ ସିଙ୍ଗାପୁରରୁ ପାରାଦୀପ ବନ୍ଦରକୁ ଆସିଥିବା ଜାହାଜରେ ଏହି ଦମ୍ପତ୍ତି ଆସିଥିଲେ । ସେମାନଙ୍କୁ କରୋନା ସଂକ୍ରମଣ ଆଶଙ୍କାରେ SCBରେ ଭର୍ତ୍ତି କରାଯାଇଥିଲା । ଏବେ SCB ଆଇସୋଲେସନ୍ ୱାର୍ଡରେ ସେମାନଙ୍କୁ ରଖାଯାଇଛି ।

ସିଙ୍ଗାପୁରରୁ ପାରାଦୀପ ଆସିଥିବା ସେନଷ୍ଟାର୍ ନାମକ ଜାହାଜର ସେକେଣ୍ଡ ଇଂଜିନିୟର ଓ ତାଙ୍କ ସ୍ତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସମୟରେ ଥଣ୍ଡା ଓ ଜ୍ବର ଥିବା ଦେଖାଯାଇଥିଲା । ଏହି ଦମ୍ପତ୍ତିଙ୍କୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତୁରନ୍ତ କଟକ ବଡ ଡାକ୍ତରଖାନାକୁ ଚିକିତ୍ସା ଲାଗି ସ୍ଥାନାନ୍ତର କରାଯାଇଥିଲା । ଏବେ ସେମାନଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି ।



from Prameya News7 https://ift.tt/2VOVGYQ
କଟକ SCBରେ ଚିକିତ୍ସିତ କରୋନା ସନ୍ଦିଗ୍ଧ ଦମ୍ପତ୍ତିଙ୍କ ରିପୋର୍ଟ ନେଗେଟିଭ କଟକ SCBରେ ଚିକିତ୍ସିତ କରୋନା ସନ୍ଦିଗ୍ଧ ଦମ୍ପତ୍ତିଙ୍କ ରିପୋର୍ଟ ନେଗେଟିଭ Reviewed by SUBHENDU BARAL on March 05, 2020 Rating: 5

No comments:

Powered by Blogger.