ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ ଫାଇନାଲ: ପ୍ରଥମ ଟାଇଟଲ୍ ହାତେଇବା ଲକ୍ଷ୍ୟରେ ଭାରତ, ୫ବିଶ୍ବକପ୍‌ ଜିତିବା ଟାର୍ଗେଟରେ ଅଷ୍ଟ୍ରେଲିଆ

ମେଲ୍‌ବର୍ଣ୍ଣ ୦୭।୦୩:  ରବିବାର (ଆସନ୍ତାକାଲି)ଦିନ ମେଲ୍‌ବର୍ଣ୍ଣ  ଠାରେ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଫାଇନାଲ ମୁକାବିଲା ଖେଳାଯିବ । ମେଲ୍‌ବର୍ଣ୍ଣ  କ୍ରିକେଟ୍ ଗ୍ରାଉଣ୍ଡରେ ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ହେବ ଏହି ମହାମୁକାବିଲା । ଭାରତ ପାଇଁ ଏହା ନିଶ୍ଚିତ ସ୍ବପ୍ନର ବିଶ୍ବକପ୍ ରହିବ। କାରଣ ଏହି ବିଶ୍ବକପ୍ ସପ୍ତମ ସଂସ୍କରଣରେ ଉପନୀତ ହୋଇଥିଲା ବେଳେ ଭାରତ କେବେ ବି ଫାଇନାଲ୍ ପ୍ରବେଶ କରିପାରିନଥିଲା। ୨୦୦୯, ୨୦୧୦ ଓ ୨୦୧୮ରେ ସେମିଫାଇନାଲ୍ ପ୍ରବେଶ ହିଁ ବିଶ୍ବକପ୍ ରେ ଭାରତ ପାଇଁ ଅତୀତର ଶ୍ରେଷ୍ଠ ପ୍ରଦର୍ଶନ ରହିଆସିଛି।

ଆୟୋଜକ ଅଷ୍ଟ୍ରେଲିଆ ୫ ଥର ପାଇନାଲ୍ ପ୍ରବେଶ କରିଥିଲା ବେଳେ ସେଥିରୁ ୪ ଥର ବିଜେତା ହୋଇଛି। ଏଥର ପରାଜୟରୁ ଅଭିଯାନ ଆରମ୍ଭ କରିବା ସତ୍ତ୍ବେ କ୍ରମାଗତ ଷଷ୍ଠ ଥର ପାଇଁ ଫାଇନାଲ୍ ରେ ସ୍ଥାନ ସୁରକ୍ଷିତ କରିଛି ଅଷ୍ଟ୍ରେଲିଆ।୨୦୧୦, ୨୦୧୨, ୨୦୧୪ ଓ ୨୦୧୮ରେ ବିଜେତା ହେବା ବିଶ୍ବକପ୍‌ରେ ଏହି ଦଳର ଶ୍ରେଷ୍ଠ ପ୍ରଦର୍ଶନ ରହିଛି।  ଅଷ୍ଟ୍ରେଲିଆକୁ ମାତ୍  ଦେଇ ପ୍ରଥମ ଥର ପାଇଁ ବିଶ୍ବକପ୍ ତୋଳି ଧରିବାର ସ୍ବପ୍ନକୁ ସାକାର କରିବା ଲକ୍ଷ୍ୟରେ ରହିଛି ରମଣଙ୍କ ପ୍ରଶିକ୍ଷଣ ଓ ହର୍‌ମନ୍ ପ୍ରୀତ୍  କୌରଙ୍କ ନେତୃତ୍ବାଧୀନ ଭାରତ। ପରସ୍ପର ୧୯ ଥର ମୁହାଁମୁହିଁ ହୋଇଥିଲା ବେଳେ ସେଥିରୁ ଅଷ୍ଟ୍ରେଲିଆ ୧୩ ଏବଂ ଭାରତ ୬ ଥର ବିଜୟ ପାଇଛି।

ଆସନ୍ତାକାଲି ହେବାକୁ ଯାଉଥିବା ମ୍ୟାଚ୍‌ ଅତ୍ୟନ୍ତ ଉତ୍ସାହପୂର୍ଣ୍ଣ ରହିବ । ଉଭୟ ଦଳ ଟି-ଟ୍ବେଣ୍ଟି ବିଶ୍ବକପ୍‌ ୨୦୨୦ ହାତେଇବା ପାଇଁ ନିଜର ରଣନୀତି କୌଶଳ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହୁଛନ୍ତି । ଏଥିପାଇଁ ଉଭୟ ଦଳ କଡା ଅଭ୍ୟାସ ମଧ୍ୟ କରୁଛନ୍ତି । ତେବେ ଚଳିତ ବିଶ୍ବକପ୍‌ରେ ଭାରତର ପୁନମ ଯାଦବ ଓ ଅଷ୍ଟ୍ରେଲିଆର ମେଗାନ ଉଭୟ ୯-୯ ଲେଖାଏଁ ଓ୍ବିକେଟ ହାସଲ କରିଛନ୍ତି । ବିରୋଧୀଙ୍କ ପାଇଁ ଭୟ ସୃଷ୍ଟି କରିଛନ୍ତି ଏହି ଦୁଇ ବୋଲର ।



from Prameya News7 https://ift.tt/2VTOrPl
ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ ଫାଇନାଲ: ପ୍ରଥମ ଟାଇଟଲ୍ ହାତେଇବା ଲକ୍ଷ୍ୟରେ ଭାରତ, ୫ବିଶ୍ବକପ୍‌ ଜିତିବା ଟାର୍ଗେଟରେ ଅଷ୍ଟ୍ରେଲିଆ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ ଫାଇନାଲ: ପ୍ରଥମ ଟାଇଟଲ୍ ହାତେଇବା ଲକ୍ଷ୍ୟରେ ଭାରତ, ୫ବିଶ୍ବକପ୍‌ ଜିତିବା ଟାର୍ଗେଟରେ ଅଷ୍ଟ୍ରେଲିଆ Reviewed by SUBHENDU BARAL on March 06, 2020 Rating: 5

No comments:

Powered by Blogger.