ଭୁବନେଶ୍ୱର: ଓଡ଼ିଆ ଅଭିନେତା ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁଙ୍କ ହାତ ଧରିଲେ ପିପିଲିର ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ଝିଅ ପଲ୍ଲବୀ ମହାରଥୀ। ଗତକାଲି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ପଲ୍ଲବୀ।
ଭୁବନେଶ୍ୱର ବରମୁଣ୍ଡା ସ୍ଥିତ ବିଜୁ ପଟ୍ଟନାୟକ ଗ୍ରାଉଣ୍ଡ୍ରେ ବେଶ୍ ଧୂମ୍ଧାମରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ବିବାହ ଉତ୍ସବରେ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ମନ୍ତ୍ରିମଣ୍ଡଳର ଅଧିକାଂଶ ସଦସ୍ୟ ଯୋଗ ଦେଇଥିଲେ। ସେହିଭଳି ରାଜନୀତି, ବ୍ୟବସାୟ, ଅଭିନୟ ଓ ଅନ୍ୟାନ୍ୟ କ୍ଷେତ୍ରର ବହୁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଏହି ହାଇପ୍ରୋଫାଇଲ ମ୍ୟାରେଜ୍ରେ ଦେଖିବାକୁ ମିଳିଥିଲା।
ଫେବୃଆରୀ ୨୮ରେ ନୟାପଲ୍ଲୀ ଇଡ୍କୋଲ୍ ଗ୍ରାଉଣ୍ଡ୍ରେ ରିସେପ୍ସନ୍ ପାର୍ଟି ଆୟୋଜିତ ହେବ। ପଲ୍ଲବୀ ପେଶାରେ ଜଣେ ଡାକ୍ତର। ଆଉ ଅର୍ଦ୍ଧେନ୍ଦୁ ଓଲିଉଡ୍ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତା। ଗତ ଜାନୁଆରୀ ମାସରେ ଉଭୟଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଥିଲା।
‘ବ୍ଲାକ୍ମେଲ୍’ ଓ ‘ଟପୋରୀ’ ଫିଲ୍ମରେ ଅର୍ଦ୍ଧେନ୍ଦୁଙ୍କୁ ଦର୍ଶକେ ଲିଡ୍ ରୋଲ୍ରେ ଦେଖିଥିଲେ। ‘ବ୍ଲାକ୍ମେଲ୍’ ଫିଲ୍ମରେ ଅଭିନେତ୍ରୀ ତମନ୍ନାଙ୍କ ସହ ‘ହାଏ ତୋ ପ୍ରେମର ରଙ୍ଗୋଲି’ଗୀତରେ ଜବରଦସ୍ତ ଡ୍ୟାନ୍ସ କରି ଦର୍ଶକଙ୍କ ହୃଦୟ ଜିତିଥିଲେ ଅର୍ଦ୍ଧେନ୍ଦୁ। ଗୀତଟି ମଧ୍ୟ ବେଶ୍ ଲୋକପ୍ରିୟ ହୋଇଥିଲା। ନିକଟରେ ଅର୍ଦ୍ଧେନ୍ଦୁଙ୍କ ଆଉ ଏକ ଫିଲ୍ମ ‘ମୁଁ ପରଦେଶୀ ଚଢ଼େଇ’ ରିଲିଜ୍ ହୋଇଥିଲା।
from OTV Khabar. https://ift.tt/2PtTQsz
Reviewed by SUBHENDU BARAL
on
February 26, 2020
Rating:
No comments: