ଜାପାନର ଜାହାଜରୁ ୧୧୯ ଜଣ ଭାରତୀୟ ଏବଂ ୫ ଜଣ ବିଦେଶୀ ନାଗରିକଙ୍କୁ ଧରି ଦିଲ୍ଲୀ ପହଁଚିଲା ଏୟାର ଇଣ୍ଡିଆ ବିମାନ : ବୁହାନରୁ ଉଦ୍ଧାର ହେଲେ ୭୬ ଭାରତୀୟ Kanak News

ଜାପାନୀ କ୍ରୁଜ୍ ଜାହାଜ ‘ଡାଇମଣ୍ଡ ପ୍ରିନ୍ସେସ’ରୁ ୧୧୯ ଜଣ ଭାରତୀୟ ଓ ୫ ଜଣ ବିଦେଶୀ ନାଗରିକଙ୍କୁ ନେଇ ଏୟାର୍ ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନ ଗୁରୁବାର ପ୍ରତ୍ୟୁଷରେ ଦିଲ୍ଲୀରେ ପହଞ୍ଚିଛି। ଏହି ଜାହାଜରେ କେତେକ ଯାତ୍ରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିଲେ। ଏ କଥା ଜଣାପଡ଼ିବା ପରେ ଜାହାଜଟିକୁ ପୃଥକ ରଖାଯାଇଥିଲା। ଏହି ଲୋକମାନଙ୍କୁ ସ୍ଥାନାନ୍ତରଣ କରିବାକୁ ସୁବିଧା ଯୋଗାଇ ଦେଇଥିବାରୁ ଭାରତ ଜାପାନୀ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛି।

ଏହି ପ୍ରସଙ୍ଗରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଟୁଇଟ୍ କରିଛନ୍ତି: ୧୧୯ ଜଣ ଭାରତୀୟ ଏବଂ ଶ୍ରୀଲଙ୍କା, ନେପାଳ, ଦକ୍ଷିଣ ଆଫ୍ରିକା ଓ ପେରୁର ୫ ଜଣ ନାଗରିକଙ୍କୁ ନେଇ ଏୟାର୍ ଇଣ୍ଡିଆର ବିମାନ ଟୋକିଓରୁ ଆସି ଏଇମାତ୍ର ଦିଲ୍ଲୀରେ ଅବତରଣ କରିଛି। ‘କୋଭିଡ୍୧୯’ ସଂକ୍ରମଣ ଯୋଗୁଁ ପୃଥକ୍ ରଖାଯାଇଥିବା ‘ଡାଇମଣ୍ଡ ପ୍ରିନ୍ସେସ’ରେ ଏହି ବ୍ୟକ୍ତିମାନେ ଯାତ୍ରା କରୁଥିଲେ। ପୁଣି ଥରେ ଏୟାର ଇଣ୍ଡିଆନମାନଙ୍କୁ ଧନ୍ୟବାଦ। ୧୩୨ ଜଣ କ୍ରୁ’ ଏବଂ ୬ ଜଣ ଯାତ୍ରୀଙ୍କ ସମେତ ବିଳାସମୟ ଜାହାଜ ‘ଡାଇମଣ୍ଡ ପ୍ରିନ୍ସେସ’ରେ ପ୍ରାୟ ୧୩୮ ଜଣ ଭାରତୀୟ ନାଗରିକ ଥିଲେ। ଫେବ୍ରୁଆରି ୫ ତାରିଖ ଠାରୁ ପୃଥକ୍ ଥିବା ଏହି ଜାହାଜରେ ସମୁଦାୟ ୩, ୭୧୧ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୧୬ଜଣ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଚିକିତ୍ସା ନିମନ୍ତେ ସେମାନେ ଜାପାନରେ ରହିବେ।



from Kanak News https://ift.tt/2HXVWg9 https://ift.tt/2vk0pHi
ଜାପାନର ଜାହାଜରୁ ୧୧୯ ଜଣ ଭାରତୀୟ ଏବଂ ୫ ଜଣ ବିଦେଶୀ ନାଗରିକଙ୍କୁ ଧରି ଦିଲ୍ଲୀ ପହଁଚିଲା ଏୟାର ଇଣ୍ଡିଆ ବିମାନ : ବୁହାନରୁ ଉଦ୍ଧାର ହେଲେ ୭୬ ଭାରତୀୟ Kanak News ଜାପାନର ଜାହାଜରୁ ୧୧୯ ଜଣ ଭାରତୀୟ ଏବଂ ୫ ଜଣ ବିଦେଶୀ ନାଗରିକଙ୍କୁ ଧରି ଦିଲ୍ଲୀ ପହଁଚିଲା ଏୟାର ଇଣ୍ଡିଆ ବିମାନ : ବୁହାନରୁ ଉଦ୍ଧାର ହେଲେ ୭୬ ଭାରତୀୟ Kanak News Reviewed by SUBHENDU BARAL on February 26, 2020 Rating: 5

No comments:

Powered by Blogger.