ଭୁବନେଶ୍ୱର: ଏକକ ବିଶ୍ୱବିଦ୍ୟାଳୟରେ ପରିଣତ ହେବ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ। ଏକକ ବିଶ୍ୱ ବିଦ୍ୟାଳୟର ମାନ୍ୟତା ଦେବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି।
୨୦୧୫ ମେ’ ୩୦ରେ ଖଲ୍ଲିକୋଟ, କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଥିଲା। କିନ୍ତୁ ଆଖିଦୃଶିଆଅ ସଫଳତା ନ ପାଇବାରୁ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରତ୍ୟାହାର କରଯାଇଛି। ଏହା ବଦଳରେ ଏହା ଏକକ ବିଶ୍ୱବିଦ୍ୟାଳୟ ଭାବେ ଉଚ୍ଚତର ଗବେଷଣାରେ ଉତ୍କର୍ଷ ଗୁରୁତ୍ୱ ଦେବ। ଏହାସହ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୫ଟି କଲେଜ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ଅଧୀନରେ ରହିବ।
ଅନ୍ୟପକ୍ଷରେ ଯେଉଁ ଛାତ୍ରଛାତ୍ରୀମାନେ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ଅଧୀନରେ ପଞ୍ଜୀକରଣ କରିଛନ୍ତି ସେମାନେ କଲେଜ ଶିକ୍ଷା ଶେଷ ପର୍ଯ୍ୟନ୍ତ ଏହା ଅଧୀନରେ ରହିପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
from OTV Khabar. https://ift.tt/2I1GEah
ଏକକ ବିଶ୍ୱବିଦ୍ୟାଳୟ ହେବ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ OTV KHABAR BUREAU
Reviewed by SUBHENDU BARAL
on
February 26, 2020
Rating:
No comments: