ମାର୍ଚ୍ଚ ୨ ରୁ ରାଜ୍ୟର ୪ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା! ଚିନ୍ତା ବଢାଇବ ଘନ କୁହୁଡି । Kanak News

କନକ ବ୍ୟୁରୋ : ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଓଡ଼ିଶାର ପାଗ ମୁଖ୍ୟତଃ ଶୁଖିଲା ରହିବ। କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହୋଇପାରେ। ତେବେ ମାର୍ଚ୍ଚ ୨ରୁ ୪ଟି ଜିଲ୍ଲାର ପାଗରେ ପରିବର୍ତନ ଆସିବ। ୨ ଓ ୩ ତାରିଖ ଦୁଇ ଦିନ ଧରି କେତେକ ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଶୁକ୍ରବାର ଭୋର ସମୟରେ ଭଦ୍ରକ ସମେତ କେନ୍ଦ୍ରାପଡ଼ା, ଅନୁଗୁଳ, ଜଗତସିଂହପୁର, କଳାହାଣ୍ଡି, କନ୍ଧମାଳ ଓ ବଲାଙ୍ଗୀର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେତୁ ରାସ୍ତାଘାଟ ଦୃଶ୍ୟମାନ ହେବ ନାହିଁ। ତେଣୁ ଗାଡ଼ି ଚାଳକମାନେ ସତର୍କତା ଅବଲମ୍ବନ କରନ୍ତୁ। ଏହାପର ତିନି ଦିନ ଶୁଖିଲା ପାଗ ରହିବ। ସର୍ବନିମ୍ନ ଓ ସର୍ବୋଚ୍ଚ ତାପମାତ୍ରାରେ ୧ରୁ ୩ ଡିଗ୍ରୀ ଏପାଖ ସେପାଖ ହୋଇପାରେ। ମାର୍ଚ୍ଚ ୨ ଅପରାହ୍ନଠାରୁ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବ। ଗତକାଲି ସୁଦ୍ଧା ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରୀ ଭିତରେ ରହିଥିଲା।



from Kanak News https://ift.tt/396dt1L https://ift.tt/3acujMp
ମାର୍ଚ୍ଚ ୨ ରୁ ରାଜ୍ୟର ୪ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା! ଚିନ୍ତା ବଢାଇବ ଘନ କୁହୁଡି । Kanak News ମାର୍ଚ୍ଚ ୨ ରୁ ରାଜ୍ୟର ୪ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା! ଚିନ୍ତା ବଢାଇବ ଘନ କୁହୁଡି । Kanak News Reviewed by SUBHENDU BARAL on February 27, 2020 Rating: 5

No comments:

Powered by Blogger.