ହାତଗଣ୍ଠି ପଡ଼ିବା ପୂର୍ବରୁ ବାହା ବେଦୀରୁ ବରକୁ ଉଠାଇ ନେଲା ପୁଲିସ୍‌ OTV KHABAR BUREAU

କଟକ: ବାହାଘର ପାଇଁ ସବୁକିଛି ପ୍ରସ୍ତୁତ ହୋଇ ସାରିଥିଲା। ଖାଲି ବାକି ଥିଲା ହାତଗଣ୍ଠି ପଡ଼ିବା। ହେଲେ ତା’ପୂର୍ବରୁ ସବୁକିଛି ଠପ୍‌ ହୋଇଗଲା। ଆଉ ବାହା ବେଦୀରୁ ବରକୁ ଉଠାଇ ନେଲା ପୁଲିସ୍‌। ଗତକାଲି କଟକ ମହାନଦୀ ବିହାର ଅଞ୍ଚଳରେ ଏପରି ଘଟଣା ଘଟିଛି। ଅଭିଯୋଗ ହେଉଛି, ପ୍ରଥମ ସ୍ତ୍ରୀକୁ ଛାଡ଼ପତ୍ର ନ ଦେଇ ଦ୍ୱିତୀୟ ବିବାହ କରୁଥିବାରୁ ପୁଲିସ୍‌ ବରକୁ ଉଠାଇ ନେଇଛି।

ଅଭିଯୋଗ ଅନୁସାରେ, କଟକ ତୁଳସୀପୁର ଅଞ୍ଚଳର ପ୍ରିୟରଞ୍ଜନ ପତି ନାମକ ଜଣେ ଯୁବକ ପୂର୍ବରୁ ଜଣେ ଯୁବତୀଙ୍କୁ କୋର୍ଟ ମ୍ୟାରେଜ୍‌ କରିଥିଲେ। ତେବେ ସେ ସମ୍ପୃକ୍ତ ଯୁବତୀଙ୍କୁ ଛାଡ଼ପତ୍ର ନ ଦେଇ ପୁଣି ଆଉ ଜଣଙ୍କୁ ବାହା ହେବାକୁ ଆସିଥିଲେ। ହେଲେ ଗତକାଲି ଯେତେବେଳେ ଦ୍ୱିତୀୟ ବିବାହ କରିବାକୁ ଆସିଥିଲେ ପ୍ରିୟରଞ୍ଜନଙ୍କ ପ୍ରଥମ ସ୍ତ୍ରୀ ବୋଲି ନିଜକୁ ଦାବି କରୁଥିବା ଯୁବତୀ ଜଣକ ଥାନାରେ ଏତଲା ଦେଇଥିଲେ। ଯୁବତୀଙ୍କ ଅଭିଯୋଗ କ୍ରମେ ଚାଉଳିଆଗଞ୍ଜ ଥାନା ପୁଲିସ୍‌ ପ୍ରିୟରଞ୍ଜନଙ୍କୁ ବାହା ବେଦୀରୁ ଉଠାଇ ନେଇଥିଲା।

ପ୍ରିୟରଞ୍ଜନଙ୍କ ପ୍ରଥମ ପତ୍ନୀ ବୋଲି ଦାବି କରୁଥିବା ଯୁବତୀଙ୍କ କହିବା କଥା, ୨୦୧୭ରେ ପ୍ରିୟରଞ୍ଜନ ତାଙ୍କୁ ରେଜେଷ୍ଟ୍ରି ମ୍ୟାରେଜ୍ କରିଥିଲେ। ହେଲେ ଘରକୁ ନେବେ କହି ଖାଲି ଆଜି କାଲି ସମୟ ଗଡ଼ାଉଥିଲେ।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ପ୍ରିୟରଞ୍ଜନଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।



from OTV Khabar. https://ift.tt/3c57V9s
ହାତଗଣ୍ଠି ପଡ଼ିବା ପୂର୍ବରୁ ବାହା ବେଦୀରୁ ବରକୁ ଉଠାଇ ନେଲା ପୁଲିସ୍‌ OTV KHABAR BUREAU ହାତଗଣ୍ଠି ପଡ଼ିବା ପୂର୍ବରୁ ବାହା ବେଦୀରୁ ବରକୁ ଉଠାଇ ନେଲା ପୁଲିସ୍‌ OTV KHABAR BUREAU Reviewed by SUBHENDU BARAL on February 26, 2020 Rating: 5

No comments:

Powered by Blogger.