ଅଭିନବ ଉପାୟରେ ଦମ୍ପତ୍ତିଙ୍କଠାରୁ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ, ଥାନାରେ ଏତଲା

ନବରଙ୍ଗପୁର ୨୭।୨:  ଦିନ ଦ୍ବିପ୍ରହରରେ ନବରଙ୍ଗପୁର ସହର ମଧ୍ୟରେ ଦମ୍ପତ୍ତିଙ୍କଠାରୁ ଅଭିନବ ଉପାୟରେ ସୁନା ଗହଣା ଲୁଟିବାରେ ସଫଳ ହୋଇଛନ୍ତି ଚୋର। ଚୋରମାନଙ୍କର ଏହି ସାହସକୁ ଦେଖିଲେ ପୋଲିସ ପ୍ରତି ତିଳେ ମାତ୍ର ଭୟ ନଥିବା ଜଣାପଡୁଛି।

ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ଦାସହରାପଦା ସାହିରେ ଦମ୍ପତ୍ତି ପି.ଲକ୍ଷ୍ମଣ ରାଓ ଓ ତାଙ୍କ ପତ୍ନୀ  ପି.ଜୟାଲକ୍ଷ୍ମୀ ପ୍ରତିଦିନ ଭଳି ବୁଧବାର ମଧ୍ୟ ସକାଳ ୧୦ ଟାରୁ ୧୧ ମଧ୍ୟରେ  ଏକ ସ୍କୁଟିରେ ନୂଆ ମାର୍କେଟ ସ୍ଥିତ କନ୍ୟାକା ପରମେସ୍ବେରୀ ମନ୍ଦିର ଯାଉଥିଲେ । ସେହି ସମୟରେ ଆର. ସି.ଡି ହାଇସ୍କୁଲ ରାସ୍ତାରେ ପ୍ରଥମେ ଜଣେ କାନ୍ଧରେ ବ୍ୟାଗ ପକାଇ  ଥିବା ଲୋକ ଦମ୍ପତ୍ତିଙ୍କୁ ଅଟାକାଇ କହିଥିଲା ଯେ, ଆଗ ଛକରେ ପୋଲିସ ଏସପି ସୁନା ଅଳଙ୍କାର ପିନ୍ଧିଥିବା ଲୋକଙ୍କୁ ୨ ହଜାର ଟଙ୍କା ଫାଇନ ପକାଉଛନ୍ତି । ତେଣୁ ସବୁ କାଢ଼ିଦେଇ ଏହି ଧଳା କାଗଜରେ ରଖି ଡ଼ିକିରେ ରଖିଦିଅନ୍ତୁ ବୋଲି କହିଥିଲେ ।

ସେହି ସମୟରେ ପୂର୍ବ ଯୋଜନା ଅନୁସାରେ ପ୍ରଥମ ଚୋରର ଦୁଇ ଜଣ ସହଯୋଗୀ  ବାଇକରେ ସେହି ରାସ୍ତା ଦେଇ ଯାଉଥିଲେ ସେମାନଙ୍କୁ ଅଟକାଇ ଦମ୍ପତ୍ତିଙ୍କୁ କହିଥିବା ଭଳି ଅନୁରୂପ ସେମାନଙ୍କୁ ବି କହିଥିଲା ଦୁଇଜଣ ସହଯୋଗୀ ତୁରନ୍ତ ସେମାନେ ପିନ୍ଧିଥିବା ସୁନା ଚେନ ଓ ମୁଦି କାଢି ଦେଇଦେଇଥିଲେ।

ଏହାପରେ ଦମ୍ପତ୍ତି ଚୋରଟି କଥାରେ ବିଶ୍ବାସ କରିନେଇଥିଲେ । ଜୟାଲକ୍ଷ୍ମୀ ପିନ୍ଧିଥିବା ୮ ପଟ ସୁନା ଚୁଡ଼ି, ଦୁଇ ଟିକିଆ ସୁନା ଚେନ ସହ, କଳାମାଳି ବିଶିଷ୍ଟ ଆଉ ଗୋଟିଏ ସୁନା ଚେନ, ଦୁଇଟି ସୁନା ମୁଦି ଏହିଭଳି ମୋଟ୍ ୧୮ ତୋଳା ଅଳଙ୍କାର କାଢି ଚୋରାକୁ ଦେଇଥିଲେ। ଚୋର ଜଣକ ଏକ ଧଳା କାଗଜରେ ସବୁ ଗହଣା ଧରି ନିଜେ ସ୍କୁଟିର ଡିକି ଖୋଲି ଦମ୍ପତ୍ତିଙ୍କ ସାମ୍ନାରେ ଡ଼ିକିରେ ରଖିଥିଲା । କିନ୍ତୁ ଡିକି ବନ୍ଦ କରିବା ସମୟରେ ଚୋର ଜଣଙ୍କ ଅତି ଚତୁରତାର ସହ ଗହଣା କାଢ଼ିନେଇଥିଲା।

ଏହାପରେ ଦମ୍ପତ୍ତି ମନ୍ଦିରକୁ ଯାଇ ଡିକି କାଢି ଦେଖିଲାବେଳକୁ ଡ଼ିକିରେ ଗହଣା ନଥିଲା । ଏହାପରେ ଲକ୍ଷ୍ମଣ ରାଓ ନବରଙ୍ଗପୁର ଥାନାରେ ଏକ ଅଭିଯୋଗ ଦେବାପରେ ପୋଲିସ ଘଟଣାସ୍ଥଳ ଏବଂ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରୁଛି। ଜିଲ୍ଲାରେ ଦିନକୁ ଦିନ ଚୋରି, ଡକାୟତି ବୃଦ୍ଧି ପାଉଥିବାରୁ ଲୋକ ଭୟଭୀତ ହୋଇ ରହିଛନ୍ତି।



from Prameya News7 https://ift.tt/2wQMOrr
ଅଭିନବ ଉପାୟରେ ଦମ୍ପତ୍ତିଙ୍କଠାରୁ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ, ଥାନାରେ ଏତଲା ଅଭିନବ ଉପାୟରେ ଦମ୍ପତ୍ତିଙ୍କଠାରୁ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ, ଥାନାରେ ଏତଲା Reviewed by SUBHENDU BARAL on February 26, 2020 Rating: 5

No comments:

Powered by Blogger.