ସୁନ୍ଦରଗଡ଼ରେ କରୋନା ସନ୍ଦିଗ୍ଧ, ବୁର୍ଲା ବଡ଼ ମେଡିକାଲ୍‌ରେ ଭର୍ତ୍ତି OTV KHABAR BUREAU

ସମ୍ବଲପୁର: ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଅଞ୍ଚଳର ଜଣେ ଯୁବକ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ସଂପୃକ୍ତ ଯୁବକଙ୍କୁ ସନ୍ଦେହରେ ସମ୍ବଲପୁର ବୁର୍ଲା ବଡ଼ ମେଡ଼ିକାଲ୍‌ର ସ୍ୱତନ୍ତ୍ର ୱାର୍ଡରେ ଭର୍ତ୍ତି କରାଯାଇଛି।

ହେମଗିରି ଅଞ୍ଚଳର ଏହି ଯୁବକ ଜଣକ ଦକ୍ଷିଣ କୋରିଆରେ ଚାକିରି କରୁଥିଲେ। ଗତ ୨୨ ତାରିଖରେ ସେ ଦକ୍ଷିଣ କୋରିଆରୁ ହେମଗିରି ଅଞ୍ଚଳର ନିଜ ଗାଁକୁ ଫେରିଥିଲେ। ଏହା ପରଠୁ ତାଙ୍କୁ ସର୍ଦ୍ଦି, କାଶ ସହ ଜ୍ୱର ଲାଗି ରହିଥିବାରୁ କରୋନାରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଆଶଙ୍କା କରାଯାଉଛି। ତାଙ୍କୁ ବର୍ତ୍ତମାନ ବୁର୍ଲା ବଡ଼ ମେଡ଼ିକାଲ୍‌ର କରୋନା ୱାର୍ଡରେ ଭର୍ତ୍ତି କରାଯାଇଛି। ଆଜି ତାଙ୍କ ନମୂନା ସଂଗ୍ରହ କରି ଭୁବନେଶ୍ୱର ଆର୍‌ଆମ୍‌ଆର୍‌ସିକୁ ପଠାଯିବ ବୋଲି ସୂଚନା ମିଳିଛି।



from OTV Khabar. https://ift.tt/3c539J8
ସୁନ୍ଦରଗଡ଼ରେ କରୋନା ସନ୍ଦିଗ୍ଧ, ବୁର୍ଲା ବଡ଼ ମେଡିକାଲ୍‌ରେ ଭର୍ତ୍ତି OTV KHABAR BUREAU ସୁନ୍ଦରଗଡ଼ରେ କରୋନା ସନ୍ଦିଗ୍ଧ, ବୁର୍ଲା ବଡ଼ ମେଡିକାଲ୍‌ରେ ଭର୍ତ୍ତି OTV KHABAR BUREAU Reviewed by SUBHENDU BARAL on February 25, 2020 Rating: 5

No comments:

Powered by Blogger.