ଆପଣ ଜାଣିଛନ୍ତି କି ଭାରତ ଗସ୍ତ ସମୟରେ କେଉଁଠି ରାତି ବିତାଇଲେ ଟ୍ରମ୍ପ ଦମ୍ପତି? ଗୋଟିଏ ରାତି ପିଛା ସେହି ସ୍ଥାନର ଭଡା କେତେ? Kanak News

କନକ ବ୍ୟୁରୋ : ୨ ଦିନିଆ ଭାରତ ଗସ୍ତରେ ଅଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଗତକାଲି ଭାରତରେ ପହଚିଂବା ପରେ ଟ୍ରମ୍ପଙ୍କ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ଥିଲା । ତେବେ ଗତ ରାତିରେ ଦିଲ୍ଲୀର ଚାଣକ୍ୟପୁରୀରେ ଥିବା ଆଇଟିସି ହୋଟେଲ ମୌର୍ଯ୍ୟାରେ ରହିଲେ ଟ୍ରମ୍ପ ଦମ୍ପତି । ଏହି ହୋଟେଲରେ ଗୋଟିଏ ରାତି ପିଛା ଭଡା ରହିଛି ୮ ଲକ୍ଷ ଟଙ୍କା । ହୋଟେଲର ଗ୍ରାଣ୍ଡ ପ୍ରେସିଡେନସିଆଲ ଫ୍ଲୋରରେ ରହିଲେ ଟ୍ରମ୍ପ ଦମ୍ପତି । ୪ହଜାର ୬୦୦ ସ୍କାଏର ଫୁଟର ଏହି ରୁମରେ ରହିଛି ସମସ୍ତ ଅତ୍ୟାଧୁନିକ ସୁବିଧା । ରୁମର କାଚ ଝରକା ବୁଲେଟ୍ ପ୍ରୁଫ୍ ଯୁକ୍ତ । ରୁମକୁ ଯିବା ପାଇଁ ସ୍ୱତନ୍ତ୍ର ପ୍ରବେଶ ପଥ ରହିଛି ।

ସ୍ୱତନ୍ତ୍ର ପାର୍କିଂବ୍ୟବସ୍ଥା ସହ ହାଇସ୍ପିଡ୍ ଏଲିଭେଟରର ସୁବିଧା ରହିଛି । ସ୍ୱତନ୍ତ୍ର ସିକ୍ୟୁରିଟି କଂଟ୍ରୋଲ ରୁମ୍ ମଧ୍ୟ ରହିଛି । ଏହି ପ୍ରାଇଭେଟ୍ ସୁଟରେ ଦୁଇଟି ରୁମ୍ ରହିଛି । ବଡ ଲିଭିଂ ରୁମ୍, ଷ୍ଟଡି ରୁମ୍, ୧୨ ସିଟ୍ ବିଶିଷ୍ଟ ଡାଇନିଂ, ସ୍ପା, ଜିମ୍ ସହ ପ୍ରାଇଭେଟ୍ ବୋର୍ଡ ରୁମ୍ ରହିଛି ଏହି ସ୍ୱତନ୍ତ୍ର ସୁଟରେ । ପୂର୍ବରୁ ଏହି ସୁଟରେ ଦଲାଇଲାମା, ବିଲ୍ କ୍ଲିଂଟନ, ଜର୍ଜ ବୁସ, ଟୋନି ବ୍ଲେୟାର, ଭ୍ଲାଡିମିର ପୁଟିନ, କିଙ୍ଗ ଅବଦ୍ଦୁଲା ଏବଂ ବ୍ରୁନେଇର ସୁଲତାନ ରହିସାରିଛନ୍ତି ।



from Kanak News https://ift.tt/2SYeEe2 https://ift.tt/2unUMHw
ଆପଣ ଜାଣିଛନ୍ତି କି ଭାରତ ଗସ୍ତ ସମୟରେ କେଉଁଠି ରାତି ବିତାଇଲେ ଟ୍ରମ୍ପ ଦମ୍ପତି? ଗୋଟିଏ ରାତି ପିଛା ସେହି ସ୍ଥାନର ଭଡା କେତେ? Kanak News ଆପଣ ଜାଣିଛନ୍ତି କି ଭାରତ ଗସ୍ତ ସମୟରେ କେଉଁଠି ରାତି ବିତାଇଲେ ଟ୍ରମ୍ପ ଦମ୍ପତି? ଗୋଟିଏ ରାତି ପିଛା ସେହି ସ୍ଥାନର ଭଡା କେତେ? Kanak News Reviewed by SUBHENDU BARAL on February 24, 2020 Rating: 5

No comments:

Powered by Blogger.