ଓଟିଡିସିର ‘ଗୋ ଗ୍ଲୋବାଲ’ ପ୍ୟାକେଜ । କମ ଖର୍ଚ୍ଚରେ ବୁଲାଇବ ବିଦେଶ, ଜାଣନ୍ତୁ କେଉଁ ଦେଶକୁ ଯିବାକୁ କେତେ ରହିଛି ଦର? Kanak News

କନକ ବ୍ୟୁରୋ : ଜୈବ ପର୍ଯ୍ୟଟନସ୍ଥଳୀକୁ ଟୁର୍‌ ପ୍ୟାକେଜ ଆରମ୍ଭ କରି ଅପୂର୍ବ ସଫଳତା ପାଇବା ପରେ ରାଜ୍ୟର ପର୍ଯ୍ୟଟକଙ୍କ ପାଇଁ ବିଦେଶ ଭ୍ରମଣର ସୁଯୋଗ ଆଣିଛି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)। ଓଟିଡିସି ବିଦେଶ ଟୁର ଆରମ୍ଭ କରିବା କିଛି ନୂଆ କଥା ନୁହେଁ, ତେବେ ଲୋକେ ପସନ୍ଦ କରୁଥିବା କିଛି ନିର୍ଦିଷ୍ଟ ବିଦେଶ ସ୍ଥାନକୁ ନେଇ ଏଥର ଓଟିଡିସି ଟୁର ପ୍ୟାକେଜର ବ୍ୟବସ୍ଥା କରିଛି। ବିଶେଷକରି ସୁରକ୍ଷା କାରଣରୁ ଅନେକ ଇଚ୍ଛା ଥାଇ ବି ବିଦେଶ ଟୁରରେ ଯାଇପାରୁନଥିବାରୁ ସେମାନଙ୍କୁ ସୁରକ୍ଷିତ ଭାବେ ବିଦେଶ ବୁଲାଇ ଘରେ ପହଞ୍ଚାଇବା ପର୍ଯ୍ୟନ୍ତ ଓଟିଡିସି ଦାୟିତ୍ୱ ନେବ ବୋଲି ଓଟିଡିସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଛନ୍ତି।

ଗୋ ଗ୍ଲୋବାଲରେ ୫ଟି ପସନ୍ଦର ସ୍ଥାନକୁ ଟୁରର ବ୍ୟବସ୍ଥା ‌ହୋଇଛି। ଥାଇଲାଣ୍ଡ ଟୁରରେ ଜଣେ ୩ ରାତି ୪ ଦିନର ପ୍ୟାକେଜ ନେଇ ପାରିବ। ଏଥିପାଇଁ ବ୍ୟକ୍ତିଙ୍କ ପିଛା ଦର ୨୪ହଜାର ୯୯୦ ଟଙ୍କା ରହିଛି। ସେହିଭଳି ମାଲେସିଆ ଟୁରରେ ୩ ରାତି ୪ ଦିନ ପାଇଁ ବ୍ୟକ୍ତି ପିଛା ଦର ରହିଛି ୨୯ ହଜାର ୯୯୦ ଟଙ୍କା। ସିଙ୍ଗାପୁର ଟୁରରେ ୩ ରାତି ୪ ଦିନର ଭ୍ରମଣ ପାଇଁ ବ୍ୟକ୍ତି ପିଛା ଦର ରହିଛି ୩୯ ହଜାର ୯୯୦ ଟଙ୍କା। ଇଣ୍ଡୋନେସିଆ (ବାଲି) ଟୁରରେ ୪ ରାତି ୫ ଦିନର ଭ୍ରମଣ ପାଇଁ ଜଣ ପିଛା ଦର ରହିଛି ୩୪ହଜାର ୯୯୦ ଟଙ୍କା। ‌ଦୁବାଇ ଟୁର୍‌ ପାଇଁ ଜଣ ପିଛା ୪ ରାତି ୫ ଦିନର ଭ୍ରମଣ ପାଇଁ ଦର ରହିଛି ୫୩ହଜାର ୯୯୦ ଟଙ୍କା।

ଏହି ପ୍ୟାକେଜ ମଧ୍ୟରେ ଜଣେ ବ୍ୟକ୍ତିର ଉଡ଼ାଜାହାଜରେ ଭ୍ରମଣ ଖର୍ଚ, ଭିସା, ଟ୍ରାଭେଲ ବୀମା, ଦୁଇଜଣ ସେୟାରରେ ରହିବା ଭଳି ତିନି ତାରକା ‌ହୋଟେଲରେ ରହଣି ବ୍ୟବସ୍ଥା, ଜଳଖିଆ, ରାତ୍ରି ଭୋଜନ, ସ୍ଥାନୀୟ ପର୍ୟ୍ୟଟନସ୍ଥଳ ବୁଲିବା ପାଇଁ ଯାତାୟାତ ବ୍ୟବସ୍ଥା, ବିଭିନ୍ନ ପର୍ଯ୍ୟଟନସ୍ଥଳକୁ ପ୍ରବେଶ ଦେୟ ଆଦି ଉପଲବ୍ଧ ହେବ। ତେବେ ମଧ୍ୟାହ୍ନ ଭୋଜନ, ସ୍ବତନ୍ତ୍ର ଗାଇଡ୍‌ ଓ ଅନ୍ୟ କଥାଗୁଡ଼ିକ ଏହି ପ୍ୟାକେଜ ଅନ୍ତର୍ଭୁକ୍ତ ନୁହେଁ। ବହୁ ଲୋକଙ୍କର ବିଦେଶ ଭ୍ରମଣ ଇଚ୍ଛା ଥାଇ ମଧ୍ୟ ସବିଶେଷ ଜାଣିନଥିବାରୁ ସେମାନଙ୍କୁ ଏ ସମ୍ପର୍କରେ ଅବଗତ କରାଇବା ସହ ନେବା ଆଣିବା ଦାୟିତ୍ୱ ଓଟିଡିସି ପକ୍ଷରୁ ନିର୍ବାହ କରାଯିବ ବୋଲି ଓଟିଡିସିର ପରିଚାଳନା ନିର୍ଦେଶକ ହେମକାନ୍ତ ସାଇ କହିଛନ୍ତି।

ସୂଚନାଯୋଗ୍ୟ ରାଜ୍ୟ ମଧ୍ୟରେ ଭିତରକନିକା ଓ ସାତକୋଶିଆ ଟୁର୍ ପରେ ଏବେ ନିକଟ‌ରେ ରାଜହଂସ, ମଙ୍ଗଳାଯୋଡ଼ି, ବଡ଼କୁଳ ଟୁର ପ୍ୟାକେଜର ବ୍ୟବସ୍ଥା ହୋଇଛି। ଏହି ପ୍ୟାକେଜଗୁଡ଼ିକର ବୁକିଂ ୯୦ ପ୍ରତିଶତ ରହୁଛି। ପୁଣି ମେକ ମାଇ ଟ୍ରିପ ଡଟ୍ କମ, ଗୋଆଇବିବୋ ଓ ଯାତ୍ରା ଡଟ୍‌ କମ ସହିତ ଗତ ଡିସେମ୍ବର ମାସରେ ବୁଝାମଣାପତ୍ର ସ୍ୱାକ୍ଷର ପରେ ଅନଲାଇନ ମାଧ୍ୟମରେ ଓଟିଡିସି ୮୦ ଲକ୍ଷ ଟଙ୍କାର ରୁମ ବୁକିଂ କରିପାରିଛି।



from Kanak News https://ift.tt/3a9EuBo https://ift.tt/2HZV4rm
ଓଟିଡିସିର ‘ଗୋ ଗ୍ଲୋବାଲ’ ପ୍ୟାକେଜ । କମ ଖର୍ଚ୍ଚରେ ବୁଲାଇବ ବିଦେଶ, ଜାଣନ୍ତୁ କେଉଁ ଦେଶକୁ ଯିବାକୁ କେତେ ରହିଛି ଦର? Kanak News ଓଟିଡିସିର ‘ଗୋ ଗ୍ଲୋବାଲ’ ପ୍ୟାକେଜ । କମ ଖର୍ଚ୍ଚରେ ବୁଲାଇବ ବିଦେଶ, ଜାଣନ୍ତୁ କେଉଁ ଦେଶକୁ ଯିବାକୁ କେତେ ରହିଛି ଦର? Kanak News Reviewed by SUBHENDU BARAL on February 27, 2020 Rating: 5

No comments:

Powered by Blogger.