ରେଳ ଯାତ୍ରୀ ଧ୍ୟାନ ଦିଅନ୍ତୁ ! ଲାଇନ ମରାମତି ପାଇଁ ଏହି ଟ୍ରେନ ଗୁଡିକୁ ବାତିଲ ଓ ଗତପଥରେ ହୋଇଛି ପରିବର୍ତନ Kanak News

କନକ ବ୍ୟୁରୋ : ପୂର୍ବ କେନ୍ଦ୍ରୀୟ ରେଳପଥର ଦାନାପୁର ରେଳମଣ୍ଡଳ ଅନ୍ତର୍ଗତ କିଉଲ ଷ୍ଟେସନଠାରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ପୂର୍ବତଟ ରେଳପଥକୁ ଆସୁଥିବା ଏବଂ ଏହାର ପରିସୀମାରୁ ଛାଡ଼ିବାକୁ ଥିବା କେତେକ ଟ୍ରେନ ବାତିଲ ହୋଇଛି। ଆଉ କିଛି ଟ୍ରେନ୍ର ମାର୍ଗ ପରିବର୍ତ୍ତନ ହୋଇ ଚଳାଚଳ କରିବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ସ୍ଥିର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ପୁରୀ-ଜୟନଗର-ପୁରୀ ଏକ୍ସପ୍ରେସ(୧୮୪୧୯/୧୮୪୫୦) ମାର୍ଚ୍ଚ ୧୯ ଓ ୨୬ ତାରିଖରେ ପୁରୀଠାରୁ ଏବଂ ମାର୍ଚ୍ଚ ୨୧ ଓ ୨୮ ତାରିଖରେ ଜୟନଗରଠାରୁ ଉଭୟ ଦିଗରୁ ବାତିଲ ରହିବ। ଆଦ୍ରା-ଗୋମୋ-ଗୟା-ପାଟନା ମାର୍ଗ ଦେଇ ଚଳାଚଳ କରିବାକୁ ଥିବା ପୁରୀ-ପାଟନା-ପୁରୀ ଏକ୍ସପ୍ରେସ(୧୮୪୪୯/୧୮୪୫୦) ପୁରୀଠାରୁ ମାର୍ଚ୍ଚ ୨୩ ଓ ୩୦ ତାରିଖ ଏବଂ ପାଟନାଠାରୁ ମାର୍ଚ୍ଚ ୨୫ ଓ ଏପ୍ରିଲ ପହିଲା ଦିନ ଏହାର ସ୍ଥିରୀକୃତ ମାର୍ଗ ବର୍ଣ୍ଣପୁର-ଆସନସୋଲ-ଚିତ୍ତରଞ୍ଜନ-ଜାଶିଡ଼ିହ-କିଉଲ-ବକ୍ତିଆରପୁର ମାର୍ଗରେ ନଯାଇ ପରିବର୍ତ୍ତିତ ମାର୍ଗ ଭାୟା ଆଦ୍ରା-ଗୋମୋ-ଗୟା ମାର୍ଗ ଦେଇ ଚଳାଚଳ କରିବ।
ଏର୍ଣ୍ଣାକୁଲମ-ପାଟନା-ଏର୍ଣ୍ଣାକୁଲମ ଏକ୍ସପ୍ରେସ(୨୨୬୪୩/୨୨୬୪୪) ମାର୍ଚ୍ଚ ୧୭ରୁ ୩୧ ତାରିଖ ମଧ୍ୟରେ ଏର୍ଣ୍ଣାକୁଲମଠାରୁ ଓ ପାଟନାଠାରୁ ମାର୍ଚ୍ଚ ୧୯ରୁ ଏପ୍ରିଲ ୨ ତାରିଖ ମଧ୍ୟରେ ଏହାର ସ୍ଥିରୀକୃତ ମାର୍ଗ ଆସନସୋଲ-ଚିତ୍ତରଞ୍ଜନ-ଜାଶିଡ଼ିହ-କିଉଲ-ବକ୍ତିଆରପୁର ମାର୍ଗରେ ନ ଯାଇ ପରିବର୍ତ୍ତିତ ମାର୍ଗ ଭାୟା ରାଜବେରା-ଗୋମୋ-ଗୟା ମାର୍ଗରେ ଉଭୟ ପାର୍ଶ୍ୱରୁ ଚଳାଚଳ କରିବ। ବର୍ଦ୍ଧମାନ-ରାମପୁର ହାଟ-ସାହିବ ଗଞ୍ଜ ମାର୍ଗ ଦେଇ ଚଳାଚଳ କରିବାକୁ ଥିବା ଯଶୋବନ୍ତପୁର-ଭାଗଲପୁର-ଯଶୋବନ୍ତପୁର ଏକ୍ସପ୍ରେସ(୧୨୨୫୩/୧୨୨୫୪) ଉଭୟ ଯଶୋବନ୍ତପୁର ଓ ଭାଗଲପୁରଠାରୁ ଫେବ୍ରୁଆରି ୨୬ରୁ ଏପ୍ରିଲ ୨ ମଧ୍ୟରେ ଆସନସୋଲ-ଜାଶିଡ଼ିହ-କିଉଲ-ଜମଲପୁର ମାର୍ଗ ପାରିବର୍ତ୍ତେ ବର୍ଦ୍ଧମାନ-ରାମପୁର ହାଟ-ସାହିବ ଗଞ୍ଜ ମାର୍ଗ ଦେଇ ଚଳାଚଳ କରିବ।
from Kanak News https://ift.tt/38RPu6d https://ift.tt/2O7lABY
No comments: