ଯୁକ୍ତ-୨ ପରୀକ୍ଷା ନେଇ ଚୂଡାନ୍ତ ପର୍ଯ୍ୟାୟରେ ସମସ୍ତ ପ୍ରସ୍ତୁତି । ମାର୍ଚ୍ଚ ପହିଲା ସୁଦ୍ଧା ପହଞ୍ଚିବ ପ୍ରଶ୍ନପତ୍ର, ସେପଟେ କପି ରୋକିବା ପାଇଁ କଡାକଡି ହୋଇଛି ସମସ୍ତ ବ୍ୟବସ୍ଥା । Kanak News

ଆଉ ମାତ୍ର ୪ ଦିନ ପରେ ଯୁକ୍ତ୨ ପରୀକ୍ଷା। ତାହାକୁ ଦୃଷ୍ଟିରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗତ ୨୪ ତାରିଖଠାରୁ ରାଜ୍ୟର ୨୦୨ଟି ପରୀକ୍ଷା ପରିଚାଳନା ହବ୍‌କୁ ପର୍ଯ୍ୟାୟକ୍ରମେ ପ୍ରଶ୍ନପତ୍ର ପଠାଯାଉଛି। ଆଜି ସୁଦ୍ଧା ଅଧିକାଂଶ ହବ୍‌ରେ ପ୍ରଥମ ପର୍ଯ୍ୟାୟ ପ୍ରଶ୍ନପତ୍ର ପହଞ୍ଚିଛି। ବାକି ହବ୍‌ଗୁଡ଼ିକରେ ରବିବାର ଅର୍ଥାତ ମାର୍ଚ୍ଚ ୧ ତାରିଖ ସୁଦ୍ଧା ପ୍ରଶ୍ନପତ୍ର ପହଞ୍ଚିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ରବିବାର ଛୁଟି ଦିନ ଥିଲେ ମଧ୍ୟ ହବ୍‌ର ସୁପରଭାଇଜର ଓ ଡେପୁଟି ସୁପରଭାଇଜର ଉପସ୍ଥିତ ରହି ପ୍ରଶ୍ନପତ୍ର ପ୍ୟାକେଟ୍‌ ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଛି।

ଅନ୍ୟପକ୍ଷରେ ଏଥର କପି ରୋକିବା ପାଇଁ ୫ସ୍ତରୀୟ ସ୍କ୍ବାଡ୍‌ ଗଠନ କରାଯିବ। ଦୁଇ ଦିନ ତଳେ ପରିଷଦ ପକ୍ଷରୁ ସେଣ୍ଟ୍ରାଲ ଓ ଜୋନାଲ୍‌ ସ୍କ୍ବାଡ୍‌ ଗଠନ କରାଯାଇଥିଲା। ଏଥିରେ କେଉଁମାନେ ସାମିଲ ହେବେ ସେମାନଙ୍କ ତାଲିକା ପ୍ରକାଶ ପାଇଛି। ପରିଷଦ ପକ୍ଷରୁ ଆହୁରି ନିଷ୍ପତ୍ତି ନିଆଯାଇଛି ଯେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ସ୍କ୍ବାଡ୍‌, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଧିକାରୀଙ୍କୁ ନେଇ ବିଭାଗୀୟ ସ୍କ୍ବାଡ୍‌ ଏବଂ ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ମଧ୍ୟ ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ର ବୁଲି ତଦାରଖ କରିବେ। ଏ ବର୍ଷ ୧୧୪୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ସମସ୍ତ କେନ୍ଦ୍ରରେ ସିସିଟିଭି ଲଗାଇବା ସହ ୨୫ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିଲା। ତେବେ କିଛି ପରୀକ୍ଷା କେନ୍ଦ୍ରର ସୁପରିନ୍‌ଟେଣ୍ଡେଣ୍ଟ ଏ ପର୍ଯ୍ୟନ୍ତ ସିସିଟିଭି ରିପୋର୍ଟ ଦାଖଲ କରି ନ ଥିବା ସୂଚନା ମିଳିଛି। ସେମାନଙ୍କୁ ଆଉ ସମୟ ଦିଆଯିବ ନାହିଁ। ସିଧାସଳଖ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପରିଷଦର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।



from Kanak News https://ift.tt/3aepQsq https://ift.tt/2I36ryY
ଯୁକ୍ତ-୨ ପରୀକ୍ଷା ନେଇ ଚୂଡାନ୍ତ ପର୍ଯ୍ୟାୟରେ ସମସ୍ତ ପ୍ରସ୍ତୁତି । ମାର୍ଚ୍ଚ ପହିଲା ସୁଦ୍ଧା ପହଞ୍ଚିବ ପ୍ରଶ୍ନପତ୍ର, ସେପଟେ କପି ରୋକିବା ପାଇଁ କଡାକଡି ହୋଇଛି ସମସ୍ତ ବ୍ୟବସ୍ଥା । Kanak News ଯୁକ୍ତ-୨ ପରୀକ୍ଷା ନେଇ ଚୂଡାନ୍ତ ପର୍ଯ୍ୟାୟରେ ସମସ୍ତ ପ୍ରସ୍ତୁତି । ମାର୍ଚ୍ଚ ପହିଲା ସୁଦ୍ଧା ପହଞ୍ଚିବ ପ୍ରଶ୍ନପତ୍ର, ସେପଟେ କପି ରୋକିବା ପାଇଁ କଡାକଡି ହୋଇଛି ସମସ୍ତ ବ୍ୟବସ୍ଥା । Kanak News Reviewed by SUBHENDU BARAL on February 27, 2020 Rating: 5

No comments:

Powered by Blogger.