ଆଜି ଓଡିଶା ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ପୂର୍ବାଞ୍ଚଳ ଜୋନାଲ କାଉନସିଲ ବୈଠକରେ ଯୋଗଦେବେ । ଶାହଙ୍କ ସହ ଏକାଠି ବସିବେ ନବୀନ-ନୀତିଶ-ମମତା-ସୋରେନ । ବୈଠକ ପରେ ସିଏଏ ସମର୍ଥନ ସଭାରେ ସମ୍ବୋଧନ କରିବେ ଶାହ Kanak News

କନକ ବ୍ୟୁରୋ: ଆଜି ଓଡିଶା ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ପୂର୍ବାଞ୍ଚଳ ପରିଷଦରେ ଯୋଗଦେବେ । ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଏବଂ ପଶ୍ଚିମବଙ୍ଗକୁ ନେଇ ଗଠିତ ପୂର୍ବାଞ୍ଚଳ ପରିଷଦର ୨୪ତମ ବୈଠକ ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଲୋକସେବା ଭବନର ସମ୍ମେଳନ କକ୍ଷରେ ପୂର୍ବାହ୍ନ ୧୦ଟା ୪୦ମିନିଟ୍ ସମୟରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୪ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏକାଠି ବସି ଆଲୋଚନା କରିବେ। ଏହି ପରିଷଦରେ ନବୀନ ଉପାଧ୍ୟକ୍ଷ ଅଛନ୍ତି। ତାଙ୍କୁ ଛାଡି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମମତା ୨୫ ତାରିଖରୁ ଓଡ଼ିଶା ଗସ୍ତରେ ଅଛନ୍ତି।

ପରିଷଦରେ ଏସବୁ ରାଜ୍ୟର ବରିଷ୍ଠ କ୍ୟାବିନେଟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଯୋଗଦେବେ। ସେହିଭଳି କେନ୍ଦ୍ର ସରକାରଙ୍କ ସଚିବ, ଅତିରିକ୍ତ ସଚିବ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଗଣ ମଧ୍ୟ ଏହି ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରିବେ। ସେହିପରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କ୍ରୀଡ଼ାମନ୍ତ୍ରୀ ଅରୁପ ବିଶ୍ୱାସ ମଧ୍ୟ ଓଡ଼ିଶା ଆସିଛନ୍ତି।

ଅନ୍ୟପକ୍ଷରେ ଏହି ବୈଠକରେ ପ୍ରାୟ ୫୦ଟି ବିଭିନ୍ନ ବିଷୟ ଉପରେ ଆଲୋଚନା ହେବ। ବିଶେଷ କରି ଆନ୍ତଃରାଜ୍ୟ ଜଳ ବିବାଦ, ବିଦ୍ୟୁତ ସରବରାହ, କୋଇଲା ଖଣି ଗୁଡିକର ପରିଚାଳନା, ରୟାଲିଟି, ରେଳ ପ୍ରକଳ୍ପଗୁଡିକ ନିମନ୍ତେ ଭୂମି, ଜଙ୍ଗଲଗତ ମଞ୍ଜୁରି, ଜଘନ୍ୟ ଅପରାଧଗୁଡିକର ତଦନ୍ତ, ଦେଶ ଭିତରେ ଓ ସୀମାରେ ଗୋରୁ ଚାଲାଣ ଭଳି ସଙ୍ଗିନ୍ ପ୍ରସଙ୍ଗ ଉଠିପାରେ। ଏହାବ୍ୟତୀତ ଅଗମ୍ୟ ଅଞ୍ଚଳରେ ଦୂରସଞ୍ଚାର ଓ ବ୍ୟାଙ୍କିଙ୍ଗ୍ ସେବାର ଭିତ୍ତିଭୂମି, ପେଟ୍ରୋଲିୟମ ପ୍ରକଳ୍ପ, କେନ୍ଦ୍ରୀୟ ରାଜସ୍ୱର ପରିବଣ୍ଟନ ଇତ୍ୟାଦି ପ୍ରସଙ୍ଗ ମଧ୍ୟ ତାଲିକାଭୁକ୍ତ ହୋଇଛି।



from Kanak News https://ift.tt/3a9cWvZ https://ift.tt/2VAyyx4
ଆଜି ଓଡିଶା ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ପୂର୍ବାଞ୍ଚଳ ଜୋନାଲ କାଉନସିଲ ବୈଠକରେ ଯୋଗଦେବେ । ଶାହଙ୍କ ସହ ଏକାଠି ବସିବେ ନବୀନ-ନୀତିଶ-ମମତା-ସୋରେନ । ବୈଠକ ପରେ ସିଏଏ ସମର୍ଥନ ସଭାରେ ସମ୍ବୋଧନ କରିବେ ଶାହ Kanak News ଆଜି ଓଡିଶା ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ପୂର୍ବାଞ୍ଚଳ ଜୋନାଲ କାଉନସିଲ ବୈଠକରେ ଯୋଗଦେବେ । ଶାହଙ୍କ ସହ ଏକାଠି ବସିବେ ନବୀନ-ନୀତିଶ-ମମତା-ସୋରେନ । ବୈଠକ ପରେ ସିଏଏ ସମର୍ଥନ ସଭାରେ ସମ୍ବୋଧନ କରିବେ ଶାହ Kanak News Reviewed by SUBHENDU BARAL on February 27, 2020 Rating: 5

No comments:

Powered by Blogger.