ଆଉ ବାରମ୍ବାର ଦୌଡିବାକୁ ପଡିବ ନାହିଁ ଟିକେଟ କାଉଣ୍ଟରକୁ । ଖୁବଶୀଘ୍ର କାର୍ଯ୍ୟକାରୀ ହେବ ନୂଆ ନିୟମ, ଏଣିକି ସବୁ ବିଭାଗ ପାଇଁ ଗୋଟିଏ ଟିକେଟର ହେବ ବ୍ୟବସ୍ଥା Kanak News

କନକ ବ୍ୟୁରୋ : ଏସ୍ସିବିରେ ଆଗକୁ ଲାଗୁ ହେବାକୁ ଯାଉଛି ନୂଆ ବ୍ୟବସ୍ଥା। ବ୍ୟବସ୍ଥା ଲାଗୁ କରାଯିବା ପରେ ଆଉ ସବୁ ବିଭାଗ ପାଇଁ ଅଲଗା ଅଲଗା ଟିକଟ୍ କାଟିବାକୁ ପଡ଼ିବନି। ଓପିଡି ପାଇଁ ଗୋଟିଏ ଟିକଟ୍ କାଟିଲେ ରୋଗୀ ସବୁ ବିଭାଗରେ ଏହି ଟିକଟ୍ ଦେଖାଇ ଡାକ୍ତରଙ୍କ ପରାମର୍ଶ ନେଇପାରିବେ। କେବଳ ସେତିକି ନୁହେଁ, ଉକ୍ତ ଟିକଟ୍ର ବୈଧତା ମଧ୍ୟ ଏକମାସ ରହିବ। ଯାହାଫଳରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ରୋଗୀମାନେ ପରବର୍ତ୍ତୀ ଚିକିତ୍ସା ପାଇଁ ୭ଦିନ ବା ୧୫ଦିନ ପରେ ଆସିଲେ ସେଥିପାଇଁ ଆଉ ଥରେ ଟିକଟ୍ କାଟିବାକୁ ପଡ଼ିବ ନାହିଁ। ମାସେ ପର୍ଯ୍ୟନ୍ତ ସେହି ପୁରୁଣା ଟିକଟ୍ରେ ରୋଗୀ ଡାକ୍ତରଙ୍କୁ ଦେଖାଇ ପରାମର୍ଶ ନେଇ ପାରିବେ। ଏହି ନୂଆ ବ୍ୟବସ୍ଥା ଖୁବ୍ଶୀଘ୍ର ଏସ୍ସିବିରେ ଆରମ୍ଭ କରାଯିବ ବୋଲି ଅଧୀକ୍ଷକ ପ୍ରଫେସର ଡାକ୍ତର ସରୋଜ କାନ୍ତ ସାହୁ ସୂଚନା ଦେଇଛନ୍ତି। ଏ ସଂପର୍କରେ ପ୍ରସ୍ତାବ ଡିଏମ୍ଇଟିଙ୍କ ପାଖକୁ ଯାଇଛି, ସେଠାରୁ ମଂଜୁରୀ ମିଳିବା ପରେ ଏହାକୁ ଏସ୍ସିବିରେ କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ମିଳିଛି।

ଗୋଟିଏ ଟିକଟରେ ମାସକ ଭିତରେ ଯେତେଥର ଆବଶ୍ୟକ ହେବ ରୋଗୀ ସେତେଥର ଦେଖାଇ ପାରିବେ। ସୂଚନାଯୋଗ୍ୟ, ଏସ୍ସିବି ଓପିଡିରେ ଦେଖାଇବା ପାଇଁ ରୋଗୀଙ୍କୁ କାଉଣ୍ଟର ପାଖରେ ଲମ୍ବା ଲାଇନ୍ରେ ଛିଡା ହେବାକୁ ପଡ଼ିଥାଏ। ଅନେକ ସମୟରେ ଏଭଳି ପରିସ୍ଥିତି ଉପୁଜିଥାଏ ଯେ, ରୋଗୀ ଟିକଟ୍ ନେଇ ଡାକ୍ତରଙ୍କ ପାଖରେ ପହଞ୍ଚିବା ବେଳକୁ ଓପିଡି ସରିଯାଇଥାଏ। ନୂଆ ବ୍ୟବସ୍ଥା ଲାଗୁ ହେଲେ ରୋଗୀ ଓ ସଂପର୍କୀୟଙ୍କୁ ସେ ଯନ୍ତ୍ରଣାରୁ ମୁକ୍ତି ମିଳିବ ବୋଲି ଆଶା କରାଯାଉଛି।
from Kanak News https://ift.tt/2HXT8iZ https://ift.tt/39dFZOk
No comments: