ରାସ୍ତାରେ ଠିଆ ହୋଇଥିବା କ୍ଷୀର ଗାଡିକୁ ଧକ୍କା ଦେଲା ବାଇକ୍ : ଜଣେ ମୃତ, ଦୁଇ ଗୁରୁତର

ରାଇରଙ୍ଗପୁର ୨୭।୨: ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ମୃତ ଯୁବକ କରଞ୍ଜିଆର ଡୁମ୍ବୀ ସାହିର ମୁକେଶ ମହାକୁଡ଼।

ସୂଚନାଯୋଗ୍ୟ ଯେ, ଗୋଟିଏ ବାଇକରେ ୩ଜଣ ଯଶୀପୁର ଆଡକ ଦ୍ରୁତ ଗତିରେ ଯାଉଥିବା ସମୟରେ ବାଦାମପାହାଡ଼ ଥାନା କାଦୁଆଣି ଛକରେ ଠିଆ ହୋଇଥିବା ଏକ କ୍ଷୀର ଗାଡିକୁ ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା ବେଳେ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସେମାନଙ୍କୁ ୧୦୮ଯୋଗେ ନିଆଯାଇ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁତର ଯୁବକମାନେ ହେଲେ ରରୁଆଁ ବାରିଆର ବିଜୁ ବାଙ୍କେରା ଓ ଝାଡଖଣ୍ଡ ଚିଟିମିଟିର ଝଲକ ବାନ୍ଦ୍ରା ।



from Prameya News7 https://ift.tt/2TgQTww
ରାସ୍ତାରେ ଠିଆ ହୋଇଥିବା କ୍ଷୀର ଗାଡିକୁ ଧକ୍କା ଦେଲା ବାଇକ୍ : ଜଣେ ମୃତ, ଦୁଇ ଗୁରୁତର ରାସ୍ତାରେ ଠିଆ ହୋଇଥିବା କ୍ଷୀର ଗାଡିକୁ ଧକ୍କା ଦେଲା ବାଇକ୍ : ଜଣେ ମୃତ, ଦୁଇ ଗୁରୁତର Reviewed by SUBHENDU BARAL on February 26, 2020 Rating: 5

No comments:

Powered by Blogger.