ମଧ୍ୟପ୍ରାଚ୍ୟ ଓ ୟୁରୋପରେ ବଢିଲାଣି କରୋନା ଭୟ, ଜରୁରୀ ସ୍ଥିତି ଘୋଷଣା କଲା ଆମେରିକା

ନୂଆଦିଲ୍ଲୀ ୨।୨: କରୋନା ସ୍ଥିତି ଦିନକୁ ଦିନ ସାଂଘାତିକ ହେବାକୁ ଯାଉଛି । ବର୍ତ୍ତମାନ ସୁଦ୍ଧା ଚୀନରେ ମୃତ୍ୟୁ ସଂଖ୍ୟା ୨୭ଶହ ଟପିଥିବା ବେଳେ ବିଶ୍ବବ୍ୟାପୀ ଆକ୍ରାନ୍ତଙ୍କ ସଂଖ୍ୟା ୮୦ ହଜାର ହେଲାଣି ।

ଏବେ କରୋନା ଚୀନ୍ ବାହାରେ ୟୁରୋପ ଏବଂ ମଧ୍ୟପ୍ରାଚ୍ୟରେ ଭୟ ସୃଷ୍ଟି କଲାଣି । ଚୀନ ଭିନ୍ନ ଇରାନ, ଇଟାଲି, ଫ୍ରାନ୍ସ, ଜାପାନ, ଦକ୍ଷିଣ କୋରିଆରେ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବ୍ରାଜିଲରେ ଗତକାଲି ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ପାକିସ୍ତାନରେ ମଧ୍ୟ ଦୁଇ ଜଣ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ପାକିସ୍ତାନ ସ୍ବାସ୍ଥ୍ୟ ମନ୍ତ୍ରୀ ଜଫର ମିର୍ଜା ଏହି ସୂଚନା ଦେଇଛନ୍ତି । ସେମାନଙ୍କ ପାଇଁ ସ୍ବତନ୍ତ୍ର ଚିକିତ୍ସା ବ୍ୟବସ୍ଥା କରାଯାଇଥିବା ବେଳେ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

ଆମେରିକାରେ ଏଯାଏଁ ୫୭ ଜଣ ଏଥିରେ ଆକ୍ରାନ୍ତ ହୋଇଥିବାରୁ ସେଠାରେ କରୋନାକୁ ନେଇ ଜରୁରୀ ସ୍ଥିତି ଘୋଷଣା କରାଯାଇଛି । ବିଶ୍ବର ୭୦ ପ୍ରତିଶତ ଭାଗକୁ କରୋନା ବ୍ୟାପିଯିବ ବୋଲି କିଛି ବିଶେଷଜ୍ଞ ଆଶଙ୍କା ପ୍ରକାଶ କରିଛନ୍ତି । ଏଥିସହିତ ଏହି ରୋଗର ଏପର୍ଯ୍ୟନ୍ତ କୌଣସି ଟୀକା ଉଦ୍‌ଭାବନ ହୋଇନାହିଁ ।



from Prameya News7 https://ift.tt/383PlLM
ମଧ୍ୟପ୍ରାଚ୍ୟ ଓ ୟୁରୋପରେ ବଢିଲାଣି କରୋନା ଭୟ, ଜରୁରୀ ସ୍ଥିତି ଘୋଷଣା କଲା ଆମେରିକା ମଧ୍ୟପ୍ରାଚ୍ୟ ଓ ୟୁରୋପରେ ବଢିଲାଣି କରୋନା ଭୟ, ଜରୁରୀ ସ୍ଥିତି ଘୋଷଣା କଲା ଆମେରିକା Reviewed by SUBHENDU BARAL on February 26, 2020 Rating: 5

No comments:

Powered by Blogger.