ନୂଆପଡା ୨୮।୨: ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ହୋଇଛି । ଜାତୀୟ ରାଜପଥ ୩୫୩ ଧରମପୁର ଛକ ପାଖରେ ପଡିଛି ମୃତଦେହ । ମୃତକ କୋମନା ଥାନା ଦାନୋଝଲା ଗାଁର ଜୟନ୍ତ ନାଗ ।
ସୂଚନାଯୋଗ୍ୟ ଯେ, ଗତକାଲି ଏକ ବାହାଘର ଭୋଜିରେ ଯୋଗ ଦେବାକୁ ଧରମପୁର ଗାଁକୁ ଆସିଥିଲେ ଦାନୋଝଲା ଗାଁର ଜୟନ୍ତ ନାଗ । ତେବେ ସେ ଆଉ ଘରକୁ ଫେରିନଥିଲେ । ଆଜି ତାଙ୍କ ମୃତଦେହ ଜାତୀୟ ରାଜପଥ ୩୫୩ ଧରମପୁର ଛକ ନିକଟରେ ପଡିଥିବା ସ୍ଥାନୀୟ ଲୋକ ଦେଖିଥିଲେ । ମୃତଦେହ ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ତରବୋଡ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
from Prameya News7 https://ift.tt/2VtMfy4
ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ, ରାସ୍ତାରେ ପଡିଛି ମୃତଦେହ
Reviewed by SUBHENDU BARAL
on
February 27, 2020
Rating:
No comments: