WIFI ହେବ ଓଡ଼ିଶା ବିଧାନସଭା ପରିସର OTV KHABAR BUREAU

ଭୁବନେଶ୍ୱର: ୨୦ ଦିନ ମଧ୍ୟରେ ପୂରା ବିଧାନସଭାକୁ କରାଯିବ ୱାଇ-ଫାଇ। ଏହାସହ ଏଣିକି ବିଧାନସଭା ମଧ୍ୟରେ ସମସ୍ତ ଫାଇଲ୍ ଓ ଦସ୍ତାବିଜ୍ କାର୍ଯ୍ୟ ଅନଲାଇନ୍‌ରେ ହେବ। ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ଓକାକ୍ ସହ ଏନେଇ ଚୂଡ଼ାନ୍ତ ବୈଠକ ଅନୁଷ୍ଠିତ ହୋଇଛି। 

ଆଗାମୀ ଦିନରେ ବିଧାନସଭାକୁ ପେପର୍ ଲେସ୍ କରିବାକୁ ବି ଯୋଜନା କରାଯାଇଥିବା ବାଚସ୍ପତି କହିଛନ୍ତି।  ସେହିପରି ୩୦ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ବିଭିନ୍ନ ସମସ୍ୟାର ଆଲୋଚନା ପାଇଁ ବିଧାନସଭାରେ ର୍ନିମିତ ନୂତନ ହଲ୍‌ରେ ଆବଶ୍ୟକୀୟ ସମସ୍ତ ଯନ୍ତ୍ରପାତି ଲଗାଯିବ। ଏଥିପାଇଁ ଓଡ଼ିଶା ଷ୍ଟେଟ୍‌ ଓ୍ୱାଇଡ୍‌ ନେଟଓ୍ୱାର୍କର କର୍ମକର୍ତ୍ତାଙ୍କ ସହ ବାଚସ୍ପତିଙ୍କ ରିଭ୍ୟୁ ମିଟିଙ୍ଗରେ ଏହି ନିଷ୍ପତ୍ତି ହୋଇଛି। 



from OTV Khabar. https://ift.tt/2FsPxZe
WIFI ହେବ ଓଡ଼ିଶା ବିଧାନସଭା ପରିସର OTV KHABAR BUREAU WIFI ହେବ ଓଡ଼ିଶା ବିଧାନସଭା ପରିସର OTV KHABAR BUREAU Reviewed by SUBHENDU BARAL on January 06, 2020 Rating: 5

No comments:

Powered by Blogger.