ଯାତ୍ରୀଙ୍କ ଉପରେ ଡିଜେଲ୍‌ ଦର ବୃଦ୍ଧିର ପ୍ରଭାବ : ବଢ଼ିଲା ବସ୍‌ ଭଡ଼ା, ଡିଜେଲ୍‌ରେ ରିହାତି ଦେବାକୁ ଦାବି Kanak News

କନକ ବ୍ୟୁରୋ : ଡିଜେଲ୍‌ ଦର ବୃଦ୍ଧିର ପ୍ରଭାବ ବସ୍‌ ଯାତ୍ରୀଙ୍କ ଉପରେ ପଡ଼ିଛି। ଅଟୋମେଟିକ୍ ମେକାନିଜିମ୍‌ ବ୍ୟବସ୍ଥାରେ ଆଜି ରାଜ୍ୟରେ ବସ୍‌ ଭଡ଼ା ବଢ଼ିଛି। ଅର୍ଡିନାରି ବସ୍ କିମି ପିଛା ୬୯ ପଇସା ଥିଲା ବେଳେ ତାହା ୧ ପଇସା ବଢ଼ି ୭୦ ପଇସା ହୋଇଛି। ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା ଥିଲା ୭୨ ପଇସା । ୧ ପଇସା ବଢ଼ିଲା ପରେ ତାହା ୭୩ରେ ପହଞ୍ଚିଛି। ଡିଲକ୍ସ ଓ ଏସି ଡିଲକ୍ସ ବସ୍‌ ଭଡ଼ା କିଲୋମିଟର ପିଛା ୨ ପଇସା ଲେଖାଏ ବଢ଼ିଛି। ବର୍ଦ୍ଧିତ ଦର ଅନୁଯାୟୀ ଡିଲକ୍ସ ବସ୍‌ ଭଡ଼ା କିମି ପିଛା ୧ ଟଙ୍କା ୧ ପଇସା ଓ ଏସି ଡିଲକ୍ସ କିମି ପିଛା ୧ ଟଙ୍କା ୨୩ ପଇସା। ପୂର୍ବରୁ ଶେଷଥର ପାଇଁ ୨୦୧୯ ଜୁଲାଇ ୧୧ରେ ବସ୍‌ ଭଡ଼ା ବୃଦ୍ଧି ପାଇଥିଲା।

ଡିଜେଲ୍‌ ଦର ବୃଦ୍ଧି ଯୋଗୁ ବସ୍‌ ଭଡ଼‌ା ବଢ଼ିଥିଲେ ବି ସରକାର ଅନ୍ୟାନ୍ୟ ପାରିପାର୍ଶ୍ବିକ ସମସ୍ୟାକୁ ଦୃଷ୍ଟି ଦେଉ ନାହାନ୍ତି ବୋଲି ବସ୍‌ ମାଲିକ ସଂଘ କ୍ଷୋଭ ପ୍ରକାଶ କରିଛି। ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି, ବସ୍‌ ଭଡ଼ା ବଢ଼ିଲେ ସିଧାସଳଖ ଯାତ୍ରୀଙ୍କ ଉପରେ ବୋଝ ପଡ଼ୁଛି। ଭଡ଼ା ଅଧିକ ରହୁଥିବାରୁ ବିଭିନ୍ନ ସ୍ଥାନରେ ଯାତ୍ରୀମାନେ ଟ୍ରେନ୍‌ରେ ଯିବାକୁ ବାଧ୍ୟ ହେଉଛନ୍ତି। ବସ୍‌ ଭଡ଼ା ଠାରୁ ଟ୍ରେନ୍ ଭଡ଼ା ଅପେକ୍ଷାକୃତ କମ୍ ରହୁଛି। ବସ୍‌ ଭଡ଼ାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଡିଜେଲ୍‌ ଉପରେ କିଛି ରିହାତି ଦିଅନ୍ତୁ। ଯାାହ ଫଳରେ ଯାତ୍ରୀମାନେ ଉପକୃତ ହୋଇପାରିବେ ଓ ବସ୍‌ ମାଲିକମାନେ ସୁରୁଖୁରୁରେ ବସ୍‌ ଚଳାଇ ପାରିବେ।



from Kanak News https://ift.tt/2ZYmJkQ https://ift.tt/3013Nls
ଯାତ୍ରୀଙ୍କ ଉପରେ ଡିଜେଲ୍‌ ଦର ବୃଦ୍ଧିର ପ୍ରଭାବ : ବଢ଼ିଲା ବସ୍‌ ଭଡ଼ା, ଡିଜେଲ୍‌ରେ ରିହାତି ଦେବାକୁ ଦାବି Kanak News ଯାତ୍ରୀଙ୍କ ଉପରେ ଡିଜେଲ୍‌ ଦର ବୃଦ୍ଧିର ପ୍ରଭାବ : ବଢ଼ିଲା ବସ୍‌ ଭଡ଼ା, ଡିଜେଲ୍‌ରେ ରିହାତି ଦେବାକୁ ଦାବି Kanak News Reviewed by SUBHENDU BARAL on January 06, 2020 Rating: 5

No comments:

Powered by Blogger.