୨୦ବର୍ଷ ଧରି ମହିଳାଙ୍କୁ ବନ୍ଧକ ରଖି ଦୁଷ୍କର୍ମ, ଦୁଇ ସନ୍ତାନଙ୍କୁ ଦେଲେ ଜନ୍ମ

ବେଜିଂ ୭।୧: ମହିଳାଙ୍କୁ ଦୀର୍ଘ ୨୦ ବର୍ଷ ଧରି ଜଣେ ବ୍ୟକ୍ତି ବନ୍ଧକ ରଖିଥିଲେ । ଏହାସହ ମହିଳାଙ୍କୁ ସେ ଦୁଷ୍କର୍ମ କରୁଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମ କରିବା ଫଳରେ ମହିଳା ଜଣଙ୍କ ଦୁଇ ସନ୍ତାନର ଜନନୀ ମଧ୍ୟ ହୋଇଛନ୍ତି ।

ଏଭଳି ଅଭାବନୀୟ ଘଟଣା ଘଟିଛି ଚୀନ୍ ହେବେଇ ଜିଜେ କାଉଣ୍ଟି ସ୍ଥିତ ମାଫାନଞ୍ଜିଆ ଗାଁରେ । ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ୭୦ ବର୍ଷ ବୟସ୍କ ଡ୍ରୋଗ୍ । ଅଭିଯୋଗ ପରେ ଘଟଣାର ଯାଞ୍ଚ ଚାଲିଥିବା ସ୍ଥାନୀୟ ପ୍ରଶାସନ ସୂଚନା ଦେଇଛି ।

ଡେଲି ମେଲ୍ ର ରିପୋର୍ଟ ଅନୁସାରେ, ଅଭିଯୁକ୍ତ ଡ୍ରୋଗ୍ ପୀଡିତା ମହିଳାଙ୍କୁ ଏକ କ୍ଷେତରେ ଏକାକୀ ଦେଖି ତାଙ୍କୁ ଜୋରଜବରଦସ୍ତ ଘରକୁ ନେଇଆସିଥିଲେ । ଜୋରଜବରଦସ୍ତ ପତ୍ନୀ ହେବା ପାଇଁ ବାଧ୍ୟ କରୁଥିଲେ । ପୀଡିତା ମହିଳାଙ୍କୁ ସେ ପ୍ରତିଦିନ ମାରପିଟ୍ ମଧ୍ୟ କରନ୍ତି । ଏକଥା ପଡୋଶୀମାନେ କହିଛନ୍ତି ।

ଅନ୍ୟପଟେ ଅଭିଯୋଗ ପରେ ଡ୍ରୋଗ୍ କହିଛନ୍ତି ଯେ, ମହିଳା ଜଣଙ୍କ ଚାଲିପାରନ୍ତି ନାହିଁ । ତାଙ୍କୁ ଅନ୍ୟମାନେ ମାରପିଟ୍ କରିଛନ୍ତି । ଏକ ସ୍ଥାନୀୟ ଖବରକାଗଜରେ ମହିଳାଙ୍କ ସଂପର୍କରେ ଖବର ଛପାଯିବା ପରେ ଘଟଣାର ଖୁଲାସା ହୋଇଛି । ପିଡୀତା ମହିଳାଙ୍କୁ ଦୀର୍ଘ ୨୦ବର୍ଷରୁ ବନ୍ଧକ ରଖାଯାଇଥିବା ଜଣାପଡିଛି ।



from Prameya News7 https://ift.tt/39MX6Yn
୨୦ବର୍ଷ ଧରି ମହିଳାଙ୍କୁ ବନ୍ଧକ ରଖି ଦୁଷ୍କର୍ମ, ଦୁଇ ସନ୍ତାନଙ୍କୁ ଦେଲେ ଜନ୍ମ ୨୦ବର୍ଷ ଧରି ମହିଳାଙ୍କୁ ବନ୍ଧକ ରଖି ଦୁଷ୍କର୍ମ, ଦୁଇ ସନ୍ତାନଙ୍କୁ ଦେଲେ ଜନ୍ମ Reviewed by SUBHENDU BARAL on January 06, 2020 Rating: 5

No comments:

Powered by Blogger.