ଭୁବନେଶ୍ୱର : ଓଡ଼ିଆ ସେନାଧିକାରୀଙ୍କୁ ବଡ଼ ପଦବୀ । ଲେଫ୍ଟନାଣ୍ଟ ଜେନେରାଲ୍ ସି.ପି. ମହାନ୍ତି ସଦର୍ଣ୍ଣ ଆର୍ମି କମାଣ୍ଡର ଭାବେ ନିଯୁକ୍ତ ହୋଇଛନ୍ତି । ଲେଫ୍ଟନାଣ୍ଟ ଜେନେରାଲ୍ ଏସ୍.କେ ସାଇନିଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିବେ ।
ପାକିସ୍ତାନ ଓ ଚୀନ୍ ସୀମାରେ ଅପରେସନ୍ ସହିତ ଆସାମରେ ଅନୁପ୍ରବେଶ ବିରୋଧୀ ମୁକାବିଲାରେ ଲେଫ୍ଟନାଣ୍ଟ ଜେନେରାଲ୍ ସି.ପି. ମହାନ୍ତିଙ୍କ ଅଭିଜ୍ଞତା ରହିଛି । ଭାରତୀୟ ସେନାର କମାଣ୍ଡର ଭାବେ ଦାୟିତ୍ୱ ସମ୍ଭାଳିବାରେ ଦ୍ୱିତୀୟ ଓଡ଼ିଆ ହେଉଛନ୍ତି ସି. ପି. ମହାନ୍ତି।
ପୂର୍ବରୁ ଲେଫ୍ଟନାଣ୍ଟ କଲୋନେଲ୍ ଜେ. କେ. ମହାନ୍ତି ମଧ୍ୟ କମାଣ୍ଡର ହୋଇଥିଲେ। ତେବେ ଗତକାଲି ସଦର୍ଣ୍ଣଙ୍କ ସହ ନୂଆ ନର୍ଦର୍ଣ୍ଣ ଆର୍ମି କମାଣ୍ଡରଙ୍କୁ ମଧ୍ୟ ନିଯୁକ୍ତି ଦେଇଛନ୍ତି ସରକାର। ଲେଫ୍ଟନାଣ୍ଟ ଜେନେରାଲ୍ ଓ୍ୱାଇ.କେ ଯୋଶୀ ନର୍ଦର୍ଣ୍ଣ ଆର୍ମି କମାଣ୍ଡର ଭାବେ ନିଯୁକ୍ତ ହୋଇଛନ୍ତି। କାର୍ଗିଲ ଯୁଦ୍ଧରେ ଥାର୍ଟିନ୍ଥ ବାଟାଲିନର ନେତୃତ୍ୱ ନେଇଥିଲେ ଚୌଧୁରୀ। ତାଙ୍କ ବାଟାଲିଅନ ପଏଣ୍ଟ ୪୮୭୫ ସହ ୪ଟି ଆକ୍ରମଣରେ ସଫଳତା ପାଇଥିଲା । ଏଥିଲାଗି ତାଙ୍କୁ ପରମ ବୀର ଚକ୍ରରେ ସମ୍ମାନିତ କରାଯାଇଛି।
କାରଗିଲ ଯୁଦ୍ଧକୁ ନେଇ ନିର୍ମିତ ହିନ୍ଦୀ ଫିଲ୍ମ ଏଲ୍ଓସି କାର୍ଗିଲରେ ଚୌଧୁରୀଙ୍କ ଭୂମିକାରେ ସଞ୍ଜୟ ଦତ୍ତ ଅଭିନୟ କରିଛନ୍ତି।
from OTV Khabar. https://ift.tt/2Gf4AGi
No comments: