ସୋଶାଲ୍‌ ମିଡିଆରେ ଚର୍ଚ୍ଚାରେ ଏହି ଫଟୋ, ଚିହ୍ନିଲେ ଦେଖି ଇଏ କିଏ ? OTV KHABAR BUREAU

ନୂଆଦିଲ୍ଲୀ: ସୋଶାଲ୍‌ ମିଡିଆରେ ଏବେ ଏମିତି ଏକ ଫଟୋକୁ ନେଇ ଚର୍ଚ୍ଚା ହେଉଛି, ଯେକେହିବି ଏହି ଫଟୋଟିକୁ ଦେଖିଲେ ହଠାତ୍‌ ଚିହ୍ନି ପାରିବେ ନାହିଁ। କେହି କେହି ତାଙ୍କୁ ହ୍ୟାଣ୍ଡଶମ୍‌ କହୁଛନ୍ତି ତ ଆଉ କେହି ହଲିଉଡ୍‌ ହିରୋ। ପ୍ରକୃତରେ ଇଏ କିଏ ? କ’ଣ ଜଣେ ଅଭିନେତା? ନା ଆଉ କିଏ ?

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ସେ ଅଭିନେତା ନୁହନ୍ତି। ପ୍ରକୃତରେ ସେ ହେଉଛନ୍ତି ବିଜ୍‌ନେସ୍‌ ଟାଇକୁନ୍‌ ତଥା ପୂର୍ବତନ ଟାଟା ଗ୍ରୁପ୍‌ର ଅଧ୍ୟକ୍ଷ ରତନ ଟାଟା।

ଗତ କିଛି ଦିନ ତଳେ ହିଁ ଇନ୍‌ଷ୍ଟାଗ୍ରାମରେ ବିଶିଷ୍ଟ ଶିଳ୍ପପତି ରତନ ଟାଟା ଆକାଉଣ୍ଟ୍‌ ଖୋଲିଛନ୍ତି। ଆଉ ଏଥିରେ ଆକାଉଣ୍ଟ ଖୋଲିବାର ମାତ୍ର ଗୋଟିଏ ଦିନରେ ହିଁ ତାଙ୍କର ଫଲୋର୍ସ ଏତେ ହୋଇଯାଇଛନ୍ତି ଯେ ଆପଣ ବି ବିଶ୍ୱାସ କରିପାରିବେ ନାହିଁ।

#ThrowbackThurday ଭାବେ ସେ କରିଥିବା ଏହି ପୋଷ୍ଟ ସମସ୍ତଙ୍କ ମନ କିଣି ନେଇଛି। ଏହି ପୋଷ୍ଟକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା।

ସେ ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କ ଯୁବକ ସମୟର ଏକ ଫଟୋ ପୋଷ୍ଟ କରିଛନ୍ତି। ଫଟୋଟିକୁ ସେ ଭାରତ ଆସିବା ପୂର୍ବରୁ ଉଠାଇଥିଲେ। ସେ ସେତେବେଳେ ଲସ୍ଏଞ୍ଜେଲ୍ସରେ ରହୁଥିଲେ। ତେବେ ଏହି ଫଟୋରୁ ଇଣ୍ଟରନେଟ୍ ୟୁଜର୍ସମାନେ ତାଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼ିଥିଲା।

ଫଟୋଟିକୁ ଶେଆର୍‌ କରି ସେ ଲେଖିଥିଲେ, “ ମୁଁ ଏହି ଫଟୋଟିକୁ ଗତକାଲି(ବୁଧବାର) ପୋଷ୍ଟ କରିବି ବୋଲି ଭାବିଥିଲି। କିନ୍ତୁ ମୁଁ ଜାଣିବାକୁ ପାଇଲି ଥ୍ରୋବ୍ୟାକ୍ ଫଟୋ ଗୁରୁବାର ଶେଆର୍‌ କରାଯାଇଥାଏ। ତେଣୁ ଲସଏଞ୍ଜେଲ୍ସ ସମୟର ଏହି ଫଟୋଟି ଦେଲି। ଏହା ଭାରତକୁ ଅତି ଖୁସିରେ ଫେରିବାର ବହୁ ସମୟ ପୂର୍ବର।”

ରତନ ଟାଟା ଏହି ଫଟୋଟିକୁ ଶେଆର୍‌ କରିବାର ମାତ୍ର ଘଣ୍ଟାକ ଭିତରେ ହଜାର ହଜାର କମେଣ୍ଟସ୍‌ ଆସିଥିଲା।

ଫଟୋରେ କମେଣ୍ଟ୍‌ ଦେଇ ଜଣେ ୟୁଜର ଲେଖିଛନ୍ତି, “ଧନ୍ୟବାଦ ସାର୍‌, ଆପଣ ଭାରତ ଫେରି ଆସିଲେ। ଆଉ ଜଣେ ୟୁଜର ଲେଖିଛନ୍ତି, ‘ଆପଣ ସବୁବେଳେ ସ୍ମାର୍ଟ’। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, “ ଫଟୋଟିକୁ ଶେଆର୍‌ କରିବା ସମୟରେ ଆପଣ ଯାହା ଲେଖିଲେ ତାହା ମୋତେ ବହୁତ ପସନ୍ଦ ଆସିଲା।”



from OTV Khabar. https://ift.tt/2NVt3o9
ସୋଶାଲ୍‌ ମିଡିଆରେ ଚର୍ଚ୍ଚାରେ ଏହି ଫଟୋ, ଚିହ୍ନିଲେ ଦେଖି ଇଏ କିଏ ? OTV KHABAR BUREAU ସୋଶାଲ୍‌ ମିଡିଆରେ ଚର୍ଚ୍ଚାରେ ଏହି ଫଟୋ, ଚିହ୍ନିଲେ ଦେଖି ଇଏ କିଏ ? OTV KHABAR BUREAU Reviewed by SUBHENDU BARAL on January 23, 2020 Rating: 5

No comments:

Powered by Blogger.