ମାତ୍ର ୬ ହଜାରରେ କିଣନ୍ତୁ ୧୩ ହଜାର ଟଙ୍କାର ଫୋନ୍‌, ଆଜି ଶେଷ ଦିନ OTV KHABAR BUREAU

ନୂଆଦିଲ୍ଲୀ: ଜାନୁଆରୀ ୧୯ ତାରିଖରୁ ଆରମ୍ଭ ହୋଇଥିବା ଆମାଜନ୍‌ର ଗ୍ରେଟ୍‌ ଇଣ୍ଡିଆନ୍‌ ସେଲ୍‌ର (Amazon Great Indian Sale) ଆଜି ଶେଷ ଦିନ। ଏହି ସେଲ୍‌ରେ ନୂଆ-ପୁରୁଣା ସମସ୍ତ ବ୍ରାଣ୍ଡ୍‌ ଜିନିଷରେ କମ୍ପାନୀ ଅଫର୍‌ ଦେଉଛି।

ଯଦି ଆମେ ଅଫର୍‌ କଥା କହିବା ତେବେ Nokia 4.2 ମୋବାଇଲ୍‌ ଫୋନ୍‌ରେ ଆପଣଙ୍କୁ ଭଲ ଅଫର୍‌ ମିଳିବ। ଯାହାର ଫାଇଦା ଆପଣ ଉଠାଇ ପାରିବେ। ଆମାଜନ୍‌ର ଏହି ସେଲ୍‌ରେ ଆପଣ Nokia 4.2 ଫୋନ୍‌କୁ ୭ ହଜାର ଟଙ୍କା ଡିସ୍‌କାଉଣ୍ଟ୍‌ରେ ଘରକୁ ଆଣି ପାରିବେ।

Nokia 4.2 ଫୋନ୍‌ର ପ୍ରକୃତ ମୂଲ୍ୟ ୧୨,୯୯୯ ଟଙ୍କା। ହେଲେ ଡିସ୍‌କାଉଣ୍ଟରେ ଆପଣ ଏହାକୁ ମାତ୍ର ୫,୯୯୯ ଟଙ୍କାରେ କିଣି ପାରିବେ। ଯଦି ଆପଣ ଫୋନ୍‌ କିଣିବା ପାଇଁ SBI କାର୍ଡର ବ୍ୟବହାର କରୁଛନ୍ତି , ତା’ହେଲେ ଆପଣଙ୍କୁ ୧୦% ଇନ୍‌ଷ୍ଟାଣ୍ଟ୍‌ ଡିସ୍‌କାଉଣ୍ଟ୍‌ ମିଳିବ।

ଆସନ୍ତୁ ଜାଣିବା Nokia 4.2 ରେ କ’ଣ ସବୁ ଫିଚର୍ସ ରହିଛି…

  • ସବୁଠାରୁ ଖାସ୍‌ କଥା ହେଲା ଏହି ଫୋନ୍‌ର ମୂଲ୍ୟ କମ୍‌ ହୋଇଥିଲେ ମଧ୍ୟ ଏଥିରେ ଡୁଆଲ୍‌ ରିଅର କ୍ୟାମେରା ଅଛି।
  • ଡୁଆଲ୍‌ ସିମ୍‌ ସପୋର୍ଟ, ୩ ଜିବି RAM, ୫.୭୧ ଇଞ୍ଚର Water drop notch ଏଚ୍‌ଡି ପ୍ଲସ୍‌ ଡିସ୍‌ପ୍ଲେ ରହିଛି। ଏହାସହ ଫୋନ୍‌ରେ ଫିଙ୍ଗର୍‌ ପ୍ରିଣ୍ଟ୍‌ ସେନ୍‌ସର୍‌ ମଧ୍ୟ ରହିଛି।

ଯଦି ଆମେ କ୍ୟାମେରା କଥା କହିବା, ତେବେ ଏହି ସ୍ମାର୍ଟଫୋନ୍‌ରେ ୧୩ ମେଗାପିକ୍ସେଲ୍‌ ଓ ୨ ମେଗାପିକ୍ସେଲ୍‌ ଡୁଆଲ୍‌ ରିଅର କ୍ୟାମେରା ରହିଛି। ଫ୍ରଣ୍ଟ୍‌ରେ ୮ ମେଗାପିକ୍ସେଲ୍‌ର ସେନ୍‌ସର୍‌ ସହ ୩୦୦୦ mAh ବ୍ୟାଟେରୀ ରହିଛି।



from OTV Khabar. https://ift.tt/38uT5Xj
ମାତ୍ର ୬ ହଜାରରେ କିଣନ୍ତୁ ୧୩ ହଜାର ଟଙ୍କାର ଫୋନ୍‌, ଆଜି ଶେଷ ଦିନ OTV KHABAR BUREAU ମାତ୍ର ୬ ହଜାରରେ କିଣନ୍ତୁ ୧୩ ହଜାର ଟଙ୍କାର ଫୋନ୍‌, ଆଜି ଶେଷ ଦିନ OTV KHABAR BUREAU Reviewed by SUBHENDU BARAL on January 21, 2020 Rating: 5

No comments:

Powered by Blogger.