୨ ଦିନରେ ରାଜ୍ୟରେ ବଢିବ ଶୀତ । ୨୮ ରୁ କେତେକ ସ୍ଥାନରେ ହୋଇପାରେ ବର୍ଷା Kanak News

କନକ ବ୍ୟୁରୋ : ଆସନ୍ତା ଦୁଇଦିନ ରାଜ୍ୟରେ ଶୀତ ବଢ଼ିବ। କିନ୍ତୁ ୨୮ ଓ ୨୯ତାରିଖରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଭୁବନେଶ୍ବର ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ୨୮ତାରିଖରୁ ଉତ୍ତର ଓଡ଼ିଶାର ସମସ୍ତ ଜିଲ୍ଲା ଏବଂ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହେବ। ଏପରିକି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି। ୨୮ତାରିଖରେ କଟକ, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଝାରସୁଗୁଡ଼ା, ମୟୂରଭଞ୍ଜ ଓ କେନ୍ଦୁଝରରେ ବି ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ୨୯ରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର ଏବଂ କେନ୍ଦ୍ରାପଡ଼ାର କେତେକ ସ୍ଥାନରେ ବର୍ଷା ହୋଇପାରେ। ଏହାପରେ ପାଗ ବଦଳିବ। କିନ୍ତୁ ଥଣ୍ଡା ବଢ଼ିବ। ରାତିର ତାପମାତ୍ରା କମିବ। ଅପରପକ୍ଷେ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ, ୨୬ ଓ ୨୭ରେ ରାଜ୍ୟରେ ଶୀତ ବଢ଼ିବ। ୨୬ତାରିଖରେ ଅନୁଗୁଳ, ସୋନପୁର, ଝାରସୁଗୁଡ଼ା, ଦେବଗଡ଼, ବଲାଙ୍ଗୀର ଏବଂ ୨୭ତାରିଖରେ ଅନୁଗୁଳ, ସୋନପୁର ଓ ବଲାଙ୍ଗୀରରେ ପ୍ରବଳ ଥଣ୍ଡା ହେବାର ସମ୍ଭାବନା ଥିବାରୁ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।



from Kanak News https://ift.tt/2TVZ7fr https://ift.tt/39PAHtC
୨ ଦିନରେ ରାଜ୍ୟରେ ବଢିବ ଶୀତ । ୨୮ ରୁ କେତେକ ସ୍ଥାନରେ ହୋଇପାରେ ବର୍ଷା Kanak News ୨ ଦିନରେ ରାଜ୍ୟରେ ବଢିବ ଶୀତ । ୨୮ ରୁ କେତେକ ସ୍ଥାନରେ ହୋଇପାରେ ବର୍ଷା Kanak News Reviewed by SUBHENDU BARAL on January 25, 2020 Rating: 5

No comments:

Powered by Blogger.