ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ସ୍ବତନ୍ତ୍ର ଟ୍ରାଫିକ୍ କଟକଣା : ଧାର୍ଯ୍ୟ ଜାଗାରେ ପାର୍କିଂ ନକଲେ ଦେବାକୁ ପଡ଼ିବ ମୋଟା ଅଙ୍କର ଜରିମାନା Kanak News

କନକ ବ୍ୟୁରୋ : ମହାତ୍ମାଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ଅନୁଷ୍ଠିତ ହେବ। ଏହାର ଶୃଙ୍ଖଳିତ ପରିଚାଳନା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ସ୍ବତନ୍ତ୍ର ଟ୍ରାଫିକ୍ ପରିଚାଳନା ମାର୍ଗଦର୍ଶିକା ଜାରି କରାଯାଇଛି। ୨୨ ତାରିଖ ଅପରାହ୍ଣ ସାଢ଼େ ୨ଟାରୁ ୫ଟା ଓ ୨୪ ତାରିଖ ସକାଳ ୭ଟାରୁ ୧୦ଟା ୩୦ ମଧ୍ୟରେ ପରେଡ୍ ଅଭ୍ୟାସ ହେବ । ଏହି ସମୟରେ ମଧ୍ୟ ଜାରି ହୋଇଥିବା କଟକଣା ବଳବତ୍ତର ରହିବ।
ଧାର୍ଯ୍ୟ ଜାଗାରେ ପାର୍କିଂ ନ କଲେ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିବ । କୌଣସି ଗାଡ଼ିକୁ ମାଷ୍ଟରକ୍ୟାଣ୍ଟିନ୍ ଦେଇ ଗାନ୍ଧୀମାର୍ଗକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ । ସଚିବାଳୟ ମାର୍ଗରେ ହାଉସିଂବୋର୍ଡରୁ ପିଏମ୍ଜି ଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକ ରବୀନ୍ଦ୍ର ମଣ୍ଡପ ପୂର୍ବରୁ ବାମପଟକୁ ବୁଲିଯିବେ ।
ଏଜିରୁ ପିଏମ୍ଜି ଆସୁଥିବା ଗାଡ଼ି ଇନ୍ଦିରା ଗାନ୍ଧୀ ପାର୍କ ପୂର୍ବରୁ ଡାହାଣକୁ ବୁଲି ଯିବେ। ୧୨୦ବାଟାଲିୟନରୁ ରବୀନ୍ଦ୍ର ମଣ୍ଡପ ଆସୁଥିବା ଗାଡ଼ି ଏମ୍ଏଲ୍ଏ କଲୋନି ଛକରୁ କଲୋନି ଭିତରକୁ ବୁଲି ଯିବେ। ପାର୍କିଂ ପାଇଁ ମଧ୍ୟ ସ୍ବତନ୍ତ୍ର ସ୍ଥାନ ଚିହ୍ନଟ ହୋଇଛି। ରେଳ ଷ୍ଟେସନ୍ ପାଖ ବସ୍ଷ୍ଟାଣ୍ଡ ନିକଟ, କଂଗ୍ରେସ ଭବନ ପାଖ, ଇଡିକଲ ଅଡିଟୋରିୟମ, ଜୟଦେବ ଭବନ ପରିସର, ୟୁନିଟ୍-୩ ଏସ୍ବିଆଇ ପାଖ, ରବୀନ୍ଦ୍ର ମଣ୍ଡପ ପରିସର, ୟୁନିଟ୍-୨ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପାର୍କିଂ ହେବ।
from Kanak News https://ift.tt/3azOxkj https://ift.tt/38uFyir
No comments: