ଦୁର୍ଘଟଣା କରିଦେଲା ବଡଦାଣ୍ଡର ଭିକାରି । ଗୋଡ ଭାଙ୍ଗିଯିବା ପରେ ପୁଅର ପାଠପଢା ପାଇଁ ଭିକ ମାଗୁଛନ୍ତି, ତାରି ଭିତରେ ସ୍ୱାଭିମାନର ସହ ବଞ୍ଚିବାକୁ ପ୍ରୟାସ ବି ଚଳାଇଛନ୍ତି । Kanak News

କନକ ବ୍ୟୁରୋ : ଭିକ୍ଷାବୃତିକୁ କେହି ଆପଣାଛାଏଁ ବାଛି ନାହାନ୍ତି । ପରିସ୍ଥିତି ଏମାନଙ୍କୁ ବାଧ୍ୟ କରିଛି । ସୁରଟରେ ସୂତା ମିଲରେ କାମ କରୁଥିବାବେଳେ ପୁଅକୁ ବଡ ମଣିଷ କରିବାକୁ ସ୍ୱପ୍ନ ଦେଖିଥିଲେ ରାଜେନ୍ଦ୍ର ଡାକୁଆ । ଗୋଡ ଭାଙ୍ଗିଯିବା ପରେ ଭିକ ମାରୁଛନ୍ତି ସିନା, ପୁଅକୁ ବଡ କରିବାର ସ୍ୱପ୍ନ ଛାଡି ନାହାନ୍ତି । ପଇସା ଯୋଗାଡ କରୁଛନ୍ତି, ଗାଁରେ ଦୋକାନ ଟିଏ କରିବେ । ଆଉ ଭିକ୍ଷାବୃତି ଛାଡି ସମ୍ମାନର ସହ ବଂଚିବେ ।


ଦୂର୍ଘଟଣା ତାଙ୍କ ଗତିରୋଧ କରିଛି ସତ ହେଲେ ପୁଅ ପାଇଁ ଦେଖିଥିବା ସ୍ୱପ୍ନକୁ ଭାଙ୍ଗିଦେଇ ପାରିନାହିଁ । ସବୁ ପ୍ରତିବନ୍ଧକକୁ ପାର କରି ପୁଅକୁ ପାଠ ପଢାଇ ମଣିଷ କରିବା ପାଇଁ ପ୍ରୟାସ ଚଳାଇଛନ୍ତି ପ୍ରତିଦିନ । ପୁରୀ ବଡଦାଣ୍ଡରେ ଯେତେଜଣଙ୍କୁ ଭେଟିଲୁ, ଜାଣିପାରିଲୁ ଭିକ୍ଷାବୃତିକୁ କେହି ଆପଣାଛାଏଁ ବାଛି ନାହାନ୍ତି । ପରିସ୍ଥିତି ସେମାନଙ୍କୁ ବାଧ୍ୟ କରିଛି । ଗଞ୍ଜାମରୁ ଛତିଶଗଡ, କାହିଁ କେତେଆଡୁ ଶ୍ରୀକ୍ଷେତ୍ରକୁ ଚାଲିଆସିଛନ୍ତି ଭିକାରି । ପୁଅକୁ ପାଠ ପଢାଇବାର ସ୍ୱପ୍ନ ନେଇ ବଡଦାଣ୍ଡରେ ପଡି ରହିଛନ୍ତି ।
from Kanak News https://ift.tt/2RhufEs https://ift.tt/36idm0N
No comments: