ଶୋଇଥିବା ବେଳେ ମାଡିଗଲା ମୃତ୍ୟୁ: ଟ୍ରକ ଚକା ତଳେ ଚାଲିଗଲା ୪ ଜୀବନ । ଧନୁଯାତ୍ରା ମେଳାରେ ଟ୍ରକ ମାଡିଯିବାରୁ ଆଖି ବୁଜିଲେ ଗୋଟିଏ ପରିବାରର ୩ ସଦସ୍ୟ Kanak News

କନକ ବ୍ୟୁରୋ: ମେଳା ଉପରେ ମାଡିଗଲା ଟ୍ରକ । ରାତିରେ ଶୋଇଥିବା ବେଳେ ମଣିଷ ଉପରେ ମାଡିଗଲା ଟ୍ରକ । ଧନୁଯାତ୍ରା ପାଇଁ ରାସ୍ତା କଡରେ ଖୋଲିଥିବା ଅସ୍ଥାୟୀ ଦୋକାନ ଉପରେ ଟ୍ରକ ମାଡିଗଲା । ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଗୁରୁତରଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି । ଏଭଳି ଏକ ଛାତିଥରା ଘଟଣା ଆସିଛି ସମ୍ବଲପୁର ପରମାଣପୁରରୁ ।
ତେବେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୩ ଜଣ ଗୋଟିଏ ପରିବାରର ହୋଇଥିବା ବେଳେ ସମସ୍ତେ ସମ୍ପର୍କରେ କକା ଓ ପୁତୁରା ହେବେ । ଅନ୍ୟ ଜଣେ ମୃତକ ସମ୍ବଲପୁରର ବୋଲି ସୂଚନା ମିଳିଛି । ସମସ୍ତ ମୃତାହତ ବ୍ୟାଗ ଓ ଚଷମା ଦୋକାନ କରିଥିଲେ ।
ସେପଟେ ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ଅଛି । ଆଜି ଭୋରୁ ଏକ ଟ୍ରକ ଧନୁଯାତ୍ରାର ଅସ୍ଥାୟୀ ଦୋକାନ ଉପରେ ମାଡିଯାଇଥିଲା । କୁହୁଡି ପାଇଁ ଦୁର୍ଘଟଣା ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି ।
from Kanak News https://ift.tt/30DnhN2 https://ift.tt/2Rdbr9C
ଶୋଇଥିବା ବେଳେ ମାଡିଗଲା ମୃତ୍ୟୁ: ଟ୍ରକ ଚକା ତଳେ ଚାଲିଗଲା ୪ ଜୀବନ । ଧନୁଯାତ୍ରା ମେଳାରେ ଟ୍ରକ ମାଡିଯିବାରୁ ଆଖି ବୁଜିଲେ ଗୋଟିଏ ପରିବାରର ୩ ସଦସ୍ୟ Kanak News
Reviewed by SUBHENDU BARAL
on
January 20, 2020
Rating:

No comments: